କୋଭିଡ କଟକଣା ମଧ୍ୟରେ ସରିଲା ନୂଆଁବର୍ଷ ପାଳନ ।

0 356

ଉଲୁଣ୍ଡା,୦୨/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ କୋଭିଡ କଟକଣା ମଧ୍ୟରେ ପାଳନ ହୋଇଯାଇଛି । ଠାକୁର ଦର୍ଶନ ,ପୂଜାର୍ଚନା,ଭୋଜିଭାତ ଆସରରେ ଲୋକେ ନୂଆଁବର୍ଷକୁ ପାଳନ କରିବା ସହ ସ୍ୱାଗତ କରିଛନ୍ତି । ନିଜ ନିଜର ତଥା ପରିବାରର ମଙ୍ଗଳ କାମନା ପାଇଁ ଲୋକେ ନୂଆଁବର୍ଷ ସକାଳୁ ସକାଳୁ କୋଟସମଳାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର,ମାଁ ମେଟାକାନି ମନ୍ଦିର ଏବଂ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଦର୍ଶନ କରି ସର୍ବମଙ୍ଗଳ କାମନା କରିଥିଲେ ।କୋଭିଡ କଟକଣା କାରଣରୁ ଜିରୋ ନାଇଟ ସେଲେବ୍ରେସନ ବନ୍ଦ ରହିଥିବାବେଳେ ନିଜ ନିଜ ଘରେ ନିଜ ପରିବାର ସହ ନୂଆଁବର୍ଷକୁ ସ୍ୱାଗତ କରିଥିଲେ । ଯୁବଗୋଷ୍ଠୀ ମାନେ ନିକଟସ୍ଥ ଜଳାଶୟ,ବଗିଚା,ନଦୀପଠା,ଡ୍ୟାମ ମାନଙ୍କରେ ଭୋଜିଭାତର ଆସର କରିବା ସହ ନିଜ ନିଜ ଭିତରେ ଶୁଭେଚ୍ଛା ବାର୍ତ୍ତା ତଥା ଅଭିନନ୍ଦନ ଜଣାଇଥିବାବେଳେ ସ୍ଥାନୀୟ ନେତା,ସମାଜସେବୀ,ଲୋକ ପ୍ରତିନିଧିମାନେ ପୋଷ୍ଟର ବ୍ୟାନର, ଫେସବୁକ,ହ୍ଵାଟ୍ସଆପ ମାଧ୍ୟମରେ ଶୁଭେଚ୍ଛା ଜଣେଇଥିବାର ଦେଖିବାକୁ ମିଲିଥିଲା।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.