କୋଭିଡ କଟକଣା ମଧ୍ୟରେ ବାହାଘର ଅଫୁଟା ବାଣ ଫୁଟି ବାଳକ ଗୁରୁତର ।

0 575

ବେଗୁନିଆପଡା,୧୦/୧୨(ପିପିଟି): ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତରେ ଅଫୁଟା ବାଣ ରୁ ଅଘଟଣ ଘଟି ଜଣେ ବାଳକ ଗୁରୁତର ହୋଇଛି । ସୂଚନା ଅନୁଯାୟୀ ଗ୍ରାମର ଜଣେ ଯୁବକଙ୍କ ବାହାଘର ସରିଥିଲା । ବାହାଘର ରେ ବ୍ୟବହୃତ କିଛି ବାଣ ଅଫୁଟା ଅବସ୍ଥାରେ ପଡି ରହିଥିଲା । ପିଲାଟି ସେ ଅଫୁଟା ବାଣ ସହିତ ଖେଳୁଥିବା ଅବସ୍ଥାରେ ବାଣ ଟି ହାତରେ ଫୁଟି ଯାଇ ହାତଟି ପ୍ରାୟତଃ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ବାଳକଟି ବ୍ରହ୍ମପୁର ସ୍ଥିତ ଏମକେସିଜି ରେ ଚିକିତ୍ସା ହେଉଛି । ଏଠାରେ ପ୍ରଶ୍ନ ଉଠୁଛି କୋଭିଡ୍ କଟକଣା ଥିବା ସତ୍ୱେ ବାହାଘର ରେ ଜୈନକ ଯୁବକ କେମିତି ବାଣ ରୋଷଣୀ ରେ ବାହାଘର କରିଥିଲେ ନା ପ୍ରଶାସନ ଜାଣି ଶୁଣି ନିରବ ଥିଲା । ବାଳକର ଚିକିତ୍ସା ଜନିତ ଖର୍ଚ୍ଚ କରିବ କିଏ, ଯଦି ବାଳକଟି ର କିଛି ଅସୁବିଧା ହୁଏ ଦାୟୀ କିଏ ରହିବ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି ।

(ରିପୋର୍ଟ ସୌଜନ୍ୟ- ମୁନା ନାୟକ। )

Leave A Reply

Your email address will not be published.