ଶେରଗଡ଼,୧୭/୦୪(ପିପିଟି); ଆଜି ଶେରଗଡ଼ ଚାରିଛକ ଠାରେ କୋଭିଡ କଟକଣା ମଧ୍ୟରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ପ୍ରଥମେ ବରିଷ୍ଠ ବିଜେଡ଼ି ନେତା ହୃଷିକେଶ ପାଢ଼ୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଳା ପ୍ରଦାନ କରିଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ ସମାଜ ସେବା କରିବା ପାଇଁ ବିଜେଡ଼ି ନେତା ହିନ ବେହେରା ପରାମର୍ଶ ଦେଇଥିଲେ । ସାମାଜିକ ଦୂରତା ସହ ମାସ୍କ ପିନ୍ଧି ମହାମାରୀ କରୋନାରୁ ରକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ସୁଢୃଡ଼ କରିବା ପାଇଁ ପୂର୍ବତନ ବ୍ଲକ ଅଧକ୍ଷ୍ୟ ବାବୁଲା ଚୌଧୁରୀ ଅଭାନ କରିଥିଲେ । ପରେ ଋଷୁକୁଲ୍ୟା କେନାଲ ରେ ସମସ୍ତ କର୍ମୀ ବିଜୁ ବାବୁଙ୍କ ଆତ୍ମାର ସଦଗତି ନିମନ୍ତେ ତିଳତର୍ପଣ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ବ୍ଲକ ଭାଇସ ଚେଇଁରମେନ ବିଶ୍ୱନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ଉଦୟ ପ୍ରଧାନ, ସମୀର ପ୍ରଧାନ, ଦିଗାମ୍ବର ନାହାକ, ପ୍ରେମା ପଣ୍ଡା ସୁଧୀର ପାତ୍ର ଦୁର୍ଗା ପ୍ରସାଦ ବିଷୋୟୀ, ଦିଲ୍ଲୀପ ପ୍ରଧାନ, ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )