କୋଦଳା,୨୩/୦୩(ପିପିଟି); ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କରୋନା ମହାମାରୀର ଦ୍ଵିତୀୟ ଲହର ର ଭୟବହାତାକୁ ନେଇ ମଙ୍ଗଳବାର କୋଦଳା ତହସିଲ କାର୍ଯ୍ୟଳୟ ପରିସର ରେ ତହସିଲଦାର ଅବନୀ କୁମାର ସାହୁଙ୍କ ସଭାପତିତ୍ୱ ରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଏନ୍ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ,ଥାନା ଅଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ରହି କୋଦଳା ତହସିଲ ଅଞ୍ଚଳର ସମସ୍ତ ଦଣ୍ଡଯାତ୍ରା ଏବଂ ଦୋଳଯାତ୍ରା କମିଟି ସଦସ୍ୟଙ୍କୁ କୋଭିଡ ଗାଇଡଲାଇନ୍ ଅନୁଯାଇ କେବଳ ୫୦/୬୦ ଭକ୍ତଙ୍କ ଗହଣରେ କାର୍ଯ୍ୟ ସମାପନ କରିବା ସହିତ ସୂର୍ଯ୍ୟାସ୍ତ ପରେ କୌଣସି ବାଜା, ଡିଜେ, ବାଣ, ନାଚ, ଅପେରା ଓ କୌଣସି ସାଂସ୍କୃତିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଉପସ୍ଥିତ କାର୍ଯ୍ୟକର୍ତ୍ତା ସଚେତନ କରିଥିଲେ । ତତସହିତ “ହୋଲି “ମଧ୍ୟ ବାହାରେ ପାଳନ ନ କରି କେବଳ ପରିବାର ସହିତ ଘର ମଧ୍ୟରେ ପାଳନ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ଯଦି ଏଥିରେ କୌଣସି କମିଟି ଅବମାନନା କରନ୍ତି ତାହାହେଲେ ଆଇନ ଅନୁଯାଇ ଦଣ୍ଡିତ ହେବେ ବୋଲି ସୂଚାଇ ଦେଇଛନ୍ତି ।ତହସିଲଦାରଙ୍କୁ ଅନୁମତି ନେଇ କୋଭିଡ ଗାଇଡଲାଇନ ମାନି କାର୍ଯ୍ୟ କରିବାକୁ ଯାତ୍ରା କମିଟିକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)