ବ୍ରହ୍ମପୁର,୧୮/୦୪(ପିପିଟି); କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିବା ବେଳେ କୋଭିଡ୍ ଟେଷ୍ଟକୁ ନେଇ ସଂଖ୍ଯାର ଖେଳ ଆରମ୍ଭ ହୋଇଛି। ଆଜି ସକାଳେ ନୀଳାଞ୍ଚଳ ଓ ଗଜପତିନଗର ର ଗୋଟିଏ ପରିବାରର ୪ ଜଣ କୋଭିଡ୍ ଟେଷ୍ଟ କରାଇଥିଲେ। ସକାଳେ ସମସ୍ତଙ୍କ ନେଗେଟିଭ ବୋଲି ରିପୋର୍ଟ ଦିଆଯାଇଥିଲା। ପୁଣି ସନ୍ଧ୍ୟାରେ ମୋବାଇଲକୁ ଫୋନ ଆସିଲା ଜଣେ ନେଗେଟିଭ ଓ ତିନିଜଣ ପଜିଟିଭ ବୋଲି। ଏହିଭଳି ରିପୋର୍ଟ ପ୍ରଦାନ ଦ୍ବାର ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। କୋଭିଡ୍ ରିପୋର୍ଟକୁ ନେଇ ସଂଖ୍ଯାର ଖେଳ ଆରମ୍ଭ ହୋଉ ନାହିଁତ ବୋଲି ସାଧାରଣରେ ମତପ୍ରକାଶ ପାଉଛି। କୋଭିଡ୍ ଟେଷ୍ଟ ରିପୋର୍ଟ ସଠିକ ନିଦାନ ଉପରେ ଗୁରୁତ୍ବ ଦିଆଯାଉ।