କୋଭିଡ୍‌ ନିୟମକୁ ବେଖାତିର: ଦୋକାନ ସିଲ୍‌ କଲା ପ୍ରଶାସନ ।

0 282

ବାଲିଗୁଡା,୧୨/୦୫(ପିପିଟି): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ତେବେ କୋଭିଡ ନିୟମକୁ ବେଖାତିର କରି ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ବୁଧବାର ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବେରେଡାକିଆଠାରେ ଏକ ଗ୍ରୋସରୀ ଦୋକାନକୁ ସିଲ୍‌ କରି ଦିଆଯାଇଛି। ଏ ନେଇ ରାଇକିଆ ପ୍ରଶାସନ ପକ୍ଷରୁ ବାରମ୍ବାର ଡାକବାଜୀ ଯନ୍ତ୍ର ଯୋଗେ ସଚେତନ କରୁଥିବା ବେଳେ ବେରେଡାକିଆ ଅଞ୍ଚଳର ଏକ କିରାଣା ଦୋକାନ ସମ୍ମୁଖରେ ବାଉଁଶ ବାନ୍ଧି ନଥିବା, ଗୋଲେଇ କରିନଥିବା ଏବଂ ଲୋକ ଗହଳି କରିଥିବା ଯୋଗୁଁ ରାଇକିଆ ବିଡିଓ ପ୍ରବୀଣ କୁମାର୍‌ ବାଣୁଆ, ଥାନାଧିକାରୀ ତରୁଣ ତପନ ବେହେରା, ଅତିରିକ୍ତ ତହସିଲଦାର ଅକ୍ଷୟ ପାଣି ପ୍ରମୁଖ ଏହି ଚଢ଼ାଉ କରିଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତ ପ୍ରକାର କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.