କୋଭିଡ଼ ଯୋଦ୍ଧା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣ ।

0 708

ଭଞ୍ଜନଗର,୧୦/୦୫(ପିପିଟି); ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପରେ ସୋମବାର ଭଞ୍ଜନଗର ମେଡିକାଲ ଠାରେ ପ୍ରଥମ ପର୍ଯ୍ୟାୟରେ ୧୨ଜଣ ସ୍ଥାନୀୟ ଅଞ୍ଚଳର ଗଣ ମାଧ୍ୟମ ପ୍ରତିନିଧି ଟିକାଗ୍ରହଣ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡ଼ିଓ ଅନୀଲ କୁମାର ସେଠୀଙ୍କ ଉପସ୍ଥିତିରେ ଭଞ୍ଜନଗର ପ୍ରେସ କ୍ଲବ ସଭାପତି ଲୋକନାଥ କରଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। କରୋନା ମୁକାବିଲାରେ ସାମ୍ବାଦିକମାନେ ପ୍ରଶାସନ ସହ ସବୁ ପରିସ୍ଥିତିରେ ସମ୍ପୂର୍ଣ୍ଣ ସହଯୋଗ କରି ଆସିଛନ୍ତି। ଗଣ ମାଧ୍ୟମରେ ହିଁ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରାଯାଇ କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରାଯାଇ ପାରିଥିଲା। କୋଭିଡ଼ ପରିଚାଳନା ରେ ଗଣ ମାଧ୍ୟମ ଲୋକଙ୍କୁ ଆବଶ୍ୟକୀୟ ସୂଚନା ଦେବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ବର୍ତ୍ତମାନ ପରିସ୍ଥିତି ରେ ବହୁ ସାମ୍ବାଦିକ କରୋନା ରେ ଆକ୍ରାନ୍ତ ହୋଇ ଅଦିନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେଣୁ ଟିକା କରଣ ର ପ୍ରଥମ ଦିବସରେ ଗଣ ମାଧ୍ୟମ ପ୍ରତିନିଧିଙ୍କ ମନରେ ବେଶ ଉତ୍ସାହ ଥିବା ଦେଖାଯାଇଛି। ମେଡ଼ିକାଲ ପରିଚାଳକ ବିଚିତ୍ରା ନନ୍ଦ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.