ବ୍ରହ୍ମପୁର,୧୬/୦୫(ପିପିଟି);ଶେରଗଡ଼ ତହସିଲ ଅନ୍ତର୍ଗତ ଢେ଼ଙ୍କିଶାଳ ଗ୍ରାମରେ ୧୨ଦିନିଆ ଶୁଦ୍ଧିକ୍ରିୟା ଭୋଜିର କାର୍ଯ୍ୟକ୍ରମ କୋଭିଡ଼ ଆଇନକୁ ଉଲ୍ଲଂଘନ କରି ଚାଲୁରହିଥିବା ବେଳେ ଶେରଗଡ଼ ତହସିଲ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଥିଲା । ଉକ୍ତ ସ୍ଥାନରେ ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା ପହଞ୍ଚି ଶୁଦ୍ଧିକ୍ରିୟା ପରିଚାଳକ ଅଶୋକ ପରିଡାଙ୍କୁ କୋଭିଡ଼ ନିୟମ ଭାଙ୍ଗିଥିବାରୁ ଓ ଗରିବ ପରିବାର ହେତୁ ଟ. ୨୦୦୦ /-ଙ୍କା ଅର୍ଥ ଦଣ୍ଡ କରିଥିଲେ । ଏଥି ସହ ରନ୍ଧନ ଖାଦ୍ୟକୁ ନଷ୍ଟ ନ କରି ଏକତ୍ରିତ ଭାବେ ମିଳିତ ଭାବେ ବସି ନଖାଇ ପରିଜନ ଓ ସାହି ବାସିନ୍ଦାଙ୍କୁ ବୁଲି ବାଣ୍ଟି ଦେବାପାଇଁ ପରାମର୍ଶ ଦେଇଥିଲେ ।