କୋଭିଡ଼ କଟକଣା ସମୟରେ ଆଦାୟ ୪୦,୫୫୦୦୦ଟଙ୍କା ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଗଲା ।

0 590

ଭଞ୍ଜନଗର,୨୦/୦୨(ପିପିଟି);କୋଭିଡ଼ କଟକଣା ସମୟରେ ପ୍ରଶାସନ ତରଫରୁ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ବହୁ ଲୋକ ଏହାକୁ ତୁଚ୍ଛ ମନେ କରି ନୀତିନିୟମ ଠାରୁ ଦୂରେଇ ସମାଜରେ ଅଶାନ୍ତି ସୃଷ୍ଟି କରୁଥିଲେ। ସେହି ଅମାନିଆ ଓ ନିୟମ ଭଙ୍ଗ କାରୀଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ଆଇନ ଓ ଅର୍ଥ ଦଣ୍ଡ ର ବ୍ୟବସ୍ଥା କରିଥିଲା। ପ୍ରତିଦିନ ବିଭିନ୍ନ ଛକ ଓ ରାସ୍ତାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଚେକିଙ୍ଗ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସେହି ସମୟରେ ଭଞ୍ଜନଗର ଉପଖଣ୍ଡର ସୋରଡ଼ା, ଆସିକା, ଶେରଗଡ଼,ଧରକୋଟ,ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକରୁ ଅର୍ଥଦଣ୍ଡ ଆକାରରେ ମୋଟ ୪୦,୫୫୦୦୦ଟଙ୍କା ରେଡ଼ କ୍ରସ ପାଣ୍ଠି ସଂଗୃହିତ ହୋଇଥିଲା।ଏହି ଅର୍ଥକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଚେକ ଆକାରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଜରିଆରେ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନ କରିଛନ୍ତି।ଏହି ଅର୍ଥକୁ ଗରୀବ ଓ ଅସହାୟ ମାନଙ୍କ ସାହାଯ୍ୟରେ ବିନିଯୋଗ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.