କୋଭିଡ଼ କଟକଣାରେ ଖାଁ ଖାଁ ଲାଗୁଚି ବିଭିନ୍ନ ଶୈବ ପୀଠ ।

0 584

ଭଞ୍ଜନଗର,୧୧/୦୩(ପିପିଟି); ଆଜି ମହା ଶିବରାତ୍ରୀ ହେଲେ ଭଞ୍ଜନଗର ଠାରେ ଥିବା ପ୍ରସିଦ୍ଧ ବେଲେଶ୍ୱର ପୀଠ ସଦା ସର୍ବଦା ଚଳ ଚଞ୍ଚଳ ରହୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହା ସମେତ ଅନ୍ୟାନ୍ୟ ଶୈବ ପୀଠ ଗୁଡ଼ିକ କୋଭିଡ଼ କଟକଣା ଯୋଗୁଁ ଖାଁ ଖାଁ ଲାଗୁଚି। ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଏଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ବହୁ କମ ସଂଖ୍ୟକ ଭକ୍ତ ରହିଥିବା ଦେଖାଯାଇଛି।ପ୍ରଶାସନ ନିୟମକୁ ପାଳନ କରି ବେଲେଶ୍ୱର ପୀଠ ମୁଖ୍ୟଦ୍ୱାର ସମ୍ମୁଖରେ ବିଡେକା ତରଫରୁ ଭକ୍ତ ମାନଙ୍କୁ ସାନିଟାଇଜ କରିବା ସହ ବିନା ମାସ୍କରେ ଆସୁଥିବା ଭକ୍ତଙ୍କୁ ମାସ୍କ ଯୋଗାଇ ଦିଆଯାଉଛି। ଆଜି ସକାଳେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଭୁ ବେଲେଶ୍ୱରଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ସାନିଟାଇଜ କରାଯିବା ସହ ମାସ୍କ ବ୍ୟବହାର ପାଇଁ ପ୍ରଦାନ କରାଯାଇଥିଲା। ବହୁ ଦୂର ଦୁରାନ୍ତରୁ ଲୋକମାନେ ନ ଆସି କେବଳ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ଏଠାକୁ ଆସୁଥିବା ଲକ୍ଷ୍ୟ କରାଯାଇଛି।ସେହିପରି ଭେଜିପୁଟ ଶିବ ମନ୍ଦିର, ଢୁଢୁଆ ର ବାଁଛେଶ୍ବର ମନ୍ଦିର, ଲାଲସିଙ୍ଗି,ଗାମୁଣ୍ଡି, ଜାମପଲ୍ଲୀ, ଗୋଲାପଡାର ସ୍ବପନେଶ୍ବର ମନ୍ଦିରରେ ମଧ୍ୟ ପରିଚାଳନା କମିଟି ତରଫରୁ କୋଭିଡ଼ କଟକଣା ପାଳନ କରି ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା,ଭଜନ କୀର୍ତ୍ତନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.