ହିଞ୍ଜିଳିକାଟୁ,୩୦/୦୫(ପିପିଟି);ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ନାରାୟଣପୁରୁ ଗ୍ରାମରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାହାଘର ଭୋଜି ହେଉଥିବା ଖବର ପାଇ ହିଞ୍ଜିଳି ଏନଫୋର୍ସମେଣ୍ଟ ଟିମ୍ ଅଚାନକ ଚଢ଼ାଉ କରିଥିଲେ । ଉକ୍ତ ଘଟଣାସ୍ଥଳରେ ପହଞ୍ଚି ଆଇନ ଉଲ୍ଲଂଘନକାରୀ ଉପରେ ଜରିମାନା ଆଦାୟ ସହିତ ଭୋଜିବନ୍ଦ କରିଥିଲେ । ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟକୁ ଘରକୁ ଘର ବୁଲି ବଣ୍ଟନକରିବା ଲାଗି ଆୟୋଜକଙ୍କୁ କହିଥିଲେ । ଏକାଠି ବସି ଖାଇବା ପାଇଁ ବାରଣ କରିଛନ୍ତି । ଉକ୍ତ ଗ୍ରାମର ଭୋଜି ଆୟୋଜକଙ୍କ ଠାରୁ ଟ. ୫୦୦୦/- ଙ୍କା ଜୋରିମାନା ଆଦାୟ କରାଯାଇଥିଲା । ହିଞ୍ଜିଳି ପୋଲିସ ପ୍ରଶାସନ ଓ ହିଞ୍ଜିଳି ତହସିଲଦାର ଓ ହିଞ୍ଜିଳି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତ ଭାବେ କୋଭିଡ଼ କଟକଣା ଉଲ୍ଲଂଘନକାରୀ ମାନଙ୍କୁ ତାଗିଦ ସହ ଦୃଢ କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)