କୋଭିଡରେ ମୃତ ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ପରିବାରକୁ ଜିଲ୍ଲା ସଂଘର ସହାୟତା।

0 469

ପୋଲସରା,୧୫/୦୬(ପିପିଟି); ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ସେଠୀଙ୍କ ଗତ ୫ ଜୁନ ରେ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩୯ ବର୍ଷ ବୟସରେ ସେ ଆରପାରିକୁ ଚାଲିଗଲେ। କିଛି ଦିନ ପୂର୍ବେ ରମେଶଙ୍କ ବାପା ବି କରୋନାରେ ମୃତ୍ୟୁ ବରଣ କରିଥିଲେ। ଜଣେ ମେଳାପି, ଛାତ୍ର ବସ୍ଛଳ ଭାବେ ପରିଚିତ ଥିଲେ ହାତୀଓଟ ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରମେଶ ସେଠୀ। ସ୍ବର୍ଗତ ସେଠୀଙ୍କ ବିୟୋଗରେ ଜିଲ୍ଲା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଭାଗୀୟ କର୍ମଚାରୀ, ଅଭିଭାବକ, ଛାତ୍ରଛାତ୍ରୀ ମାନେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମଙ୍ଗଳବାର ସ୍ବର୍ଗତ ସେଠୀଙ୍କ ଏକାଦଶ ଦିବସ ଅବସରରେ ଜିଲ୍ଲା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକଲକ୍ଷ ୧୯ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ସ୍ବର୍ଗତ ସେଠୀଙ୍କ ଏକମାତ୍ର ଛୋଟ ଝିଅ ନାମରେ ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ହାତୀଓଟ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ।

(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.