କୋଦଳା,୧୨/୧୧(ପିପିଟି):”ଆମ ପୋଲିସ ସମିତି”କୋଦଳା ଆନୁକୂଲ୍ୟରେ କୋଦଳା ଥାନା ସମ୍ମୁଖ ତହସିଲ ପଡିଆ ଠାରେ ଆୟୋଜିତ ବନ୍ଧୁତ୍ୱ ପୂର୍ଣ୍ଣ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ।ଚାରିଗୋଟି ଟିମକୁ ନେଇ ଆୟୋଜିତ ପ୍ରେମିୟର ଲିଗ ଟୁର୍ନାମେଣ୍ଟ ରେ ସାଇ କୃପା ଡିଜେ ଟିମ ବିଜୟୀ ହୋଇଥିବା ବେଳେ ଦଣ୍ଡିଶ୍ୱର ଟିମ ରନର୍ସ ଅପ ହୋଇଛି । ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବିଧାୟିକା ଲତିକା ପ୍ରଧାନ ସମେତ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ତହସିଲଦାର ସଶ୍ମିତା ଶତପଥୀ, ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଏବିଡ଼ିଓ ପ୍ରମୁଖ ଯୋଗଦେବା ପରେ ସ୍ବର୍ଣ୍ଣମୟୀ ହାଇ ସ୍କୁଲର ଏନସିସି ଛାତ୍ର ମାନେ ପେରେଡ କରି ଖେଳ ନିକଟରେ ପହଞ୍ଚିଥିଲେ । ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଭୟ ଟିମ ନିକଟକୁ ଯାଇ ସମସ୍ତ ଖେଳାଳିଙ୍କ ସହିତ କର ମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଶେଷରେ ଉଭୟ ଟିମକୁ ମାନପତ୍ର ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଥାନା ଅଧିକାରୀ ଉମାକାନ୍ତ ସାହୁ ଏଠାରେ କାର୍ଯ୍ୟ ଆରମ୍ଭ ପରେ ଥାନାର ସୌନ୍ଦର୍ଯ୍ୟ କରଣ ସମେତ ଏହିପରି ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଯୋଗ ଦେଇଥିବା ଅତିଥି ସମେତ ଯୁବ ଓ ଖେଳ ପ୍ରେମୀ ପ୍ରଶଂସା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମର ଅତିଥି ପରିଚୟ ପ୍ରଦାନ ଖାରିଆପଲି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ତୁଳସୀ ରାମ ମେହେର କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସ୍ବର୍ଣ୍ଣମୟୀ ହାଇସ୍କୁଲର ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକର ଉପାଧ୍ୟକ୍ଷ ସୁଧାକର ପ୍ରଧାନ ସମେତ ସମସ୍ତ ସରପଞ୍ଚ ସରପଞ୍ଚ, ସମିତି ସଭ୍ୟ ଓ ଏନ୍ଏସି କାଉନସିଲର ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Prev Post
Next Post