କୋଦଳା ପୋଲିସର ଦିଗାପଡା ଗ୍ରାମରେ ଫ୍ଲାଗମାର୍ଚ୍ଚ ।

0 247

କୋଦଳା,୦୩/୦୨(ପିପିଟି): କୋଦଳା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସ ପକ୍ଷରୁ ଦିଗାପଡା ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ନଜରରେ ରଖି ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ଆଗୁଆ ପଦକ୍ଷେପ ନେଇଛି । ଆଜି ବେଗୁନିଆପଡା ବ୍ଲକ ଦିଗାପଡା ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଛି କୋଦଳା ପୋଲିସ । ଆଜିର କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ସସ୍ମିତା ଶତପଥୀ, ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀଙ୍କ ସମେତ ପୋଲିସ ବାହିନୀ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି । ନିର୍ବାଚନକୁ ନେଇ ଯେପରି କୌଣସି ହିଂସାକାଣ୍ଡ ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଥିବା ସୂଚନା ମିଳିଛି । ତତ ସହିତ କୋଦଳା ଥାନା କାର୍ଯ୍ୟଳୟ ପରିସର ଠାରେ ନିର୍ବାଚନ ପ୍ରତିଦ୍ବନ୍ଦିତା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀ ପ୍ରାଥୀନିଙ୍କୁ ସଚେତନ କରିଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.