କୋଦଳା ଥାନା ଅଧିକାରୀଙ୍କ ସ୍ଵୟଂସହାୟିକା ଗୋଷ୍ଠୀ ସହ ଆଲୋଚନା ।

0 307

କୋଦଳା,୨୭/୦୯(ପିପିଟି): କୋଦଳା ଥାନା ଅଧିକାରୀ ଉମା କାନ୍ତ ସାହୁ ମଙ୍ଗଳବାର କୋଦଳା ପଣ୍ଡାସାହି କୋଠ ଘରେ ସ୍ୱୟଂସହାୟିକା ଗୋଷ୍ଠୀ ମା ମାନଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।ଓଡ଼ିଶା ସରକାର ମାକୁ ସମ୍ମାନ ଓ ଗାଁ କୁ କାମ ସ୍ଲୋଗାନ ଦେଉଥିବାବେଳେ କୋଦଳା ରେ ବି ମା ମାନେ କିପରି ସମ୍ମାନ ପାଇପାରିବେ ତାକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳା ମା ମାନେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ଟୋଲ ଫ୍ରି ନମ୍ବର ୧୧୨ କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ମା ମାନଙ୍କ ସହିତ ଥାନା ଅଧିକାରୀ ଆଲୋଚନା କରିଥିବାରୁ ମା ମାନେ ଖୁସିବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସବ୍ଇନିସପେକ୍ଟର ଆରତୀ ପରିଡ଼ା, କନଷ୍ଟେବଲ୍ ସୋନି ଦାସ , ଛବିତା ସେଠୀ ଓ ଗୃହରକ୍ଷୀ ରଶ୍ମି ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.