କୋଦଳା,୨୩/୦୯(ପିପିଟି):ଶୁକ୍ରବାର କୋଦଳା ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଉମାକାନ୍ତ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଇଥିବା ଜଣାପଡିଛି । ପୂର୍ବରୁ ସେ ଧରାକୋଟ ଥାନା ଅଧିକାରୀଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ଶନିବାର ଥାନା ପରିସର ରେ ପୂଜାର୍ଚନା ସହିତ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଥିବା ବେଳେ କୋଦଳା ର ଆଇନ ଶୃଙ୍ଖଳା ରକ୍ଷାକରିବା ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ ।କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ କାର୍ଯ୍ୟକାଳ ତିନିବର୍ଷ ରୁ ଉର୍ଦ୍ଧ୍ଵ ହୋଇଯାଇଥିବାରୁ ତାଙ୍କୁ ବଦଳି ହୋଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Next Post