କୋଦଳା ତହସିଲର ଅଭିନବ ପ୍ରୟାସ; ରେଜିଷ୍ଟ୍ରେସନର ୨୪ ଘଣ୍ଟା ମଧ୍ୟରେ ଲୋକଙ୍କୁ ପଟ୍ଟା ପ୍ରଦାନ ।

0 404

କୋଦଳା,୧୮/୧୧(ପିପିଟି): ରାଜ୍ୟ ସରକାରଙ୍କ ଅଧୀନରେ ଥିବତହସିଲ କାର୍ଯ୍ୟାଳୟରେ ଜମି ପଟ୍ଟା ପାଇବା ପାଇଁ ଲୋକ ମାନେ ଆଗରୁ ବହୁ ଅସୁବିଧା ଭୋଗ କରୁଥିବା ବେଳେ ବର୍ତ୍ତମାନ କିଛି ମାତ୍ରା ରେ କୋହଳ ହୋଇଛି । କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ପଟ୍ଟା ପ୍ରଦାନ ରେ ସର୍ବାଗ୍ରେ ରହିଛି । ନୂତନ ତହସିଲଦାର ସଶ୍ମିତା ଶତପଥୀ କାର୍ଯ୍ୟରେ ଯୋଗଦେବା ପରେ କାର୍ଯ୍ୟଳୟ କର୍ମକର୍ତ୍ତା ତତ୍ପର ହୋଇ ଉଠିଛନ୍ତି । ସମସ୍ତ କାର୍ଯ୍ୟ ଅଗ୍ରଗତିରେ ଚାଲୁଥିବା ବେଳେ ଆଜି କୋଦଳା ତହସିଲରେ ପ୍ରଥମଥର ପାଇଁ ୨୪ ଘଣ୍ଟା ମଧ୍ୟ ରେ ୯ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ବୁଧବାର ସୁବାଷ ଚନ୍ଦ୍ର ଦାଶ, ଲିଜା ପାଢ଼ୀ, ମହିମା ବିଶ୍ୱାଳ, କୈଳାଶ ଚନ୍ଦ୍ର ଗୌଡ଼, ପ୍ରତିମା ପଣ୍ଡା, ଚଞ୍ଚଳା ବିଶ୍ୱାଳ, ମିନୁ ଗୌଡ଼ ଓ ଶାନ୍ତି ଗୌଡ଼ ଜମି ରେଜିଷ୍ଟ୍ରସନ୍ ରେ କିଣିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଆଜି ତାଙ୍କୁ ଏହି ଜମିର ପଟ୍ଟା କୋଦଳା ତାହସିଲରୁ ମିଳିଛି।ଯାହା ଫଳରେ ପଟ୍ଟା ପାଇଥିବା ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ଆଜି ର ଏହି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମରେ କୋଦଳା ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.