କୋଦଳା ତହସିଲରେ କରୋନା ସଚେତନତା ଶିବିର ।

0 331

କୋଦଳା,୨୭/୦୨(ପିପିଟି);କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ଦ୍ୱାରା ଆୟୋଜିତ ତଥା କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ,ବ୍ଲକ ଶିକ୍ଷ୍ୟା ଅଧିକାରୀ କମଳା କାନ୍ତ ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଥାନା ସବଇନିସ୍ପେକ୍ଟର ଅନିଲ କୁମାର ସାହୁଙ୍କ ଉପସ୍ଥିତିରେ ବେଗୁନିଆପଡା ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ /ପଞ୍ଚାୟତ ପ୍ରତିନିଧି, ସାମ୍ବାଦିକ, ଅଙ୍ଗନୱାଡି କର୍ମୀ , ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟାପକ /ଅଧ୍ୟାପିକା, ବଣିକ ସଙ୍ଘ,ମନ୍ଦିର ପରିଚାଳନା କମିଟି, କୋଚିଂ ସେଣ୍ଟର, କଲ୍ୟାଣ ମଣ୍ଡପ କର୍ମକର୍ତ୍ତା, ଟେଣ୍ଟ ହାଉସ, ଅଟୋ ମାଲିକ ସଙ୍ଘ ଜର୍ମକର୍ତ୍ତା ମାନଙ୍କୁ ନେଇ ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ ୧୯ ସଂକ୍ରମଣ ରୋକିବା ଓ ଏହା ବିରୁଦ୍ଧରେ ସଂଗ୍ରାମକୁ ଅଧିଜ ସଶକ୍ତ କରିବା ସକାଶେ ଏକ ସଚେତନତା ଶିବିର ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାରଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା ଯୋଦ୍ଧା ନିଜର ସାମର୍ଥ୍ୟ ମୁତାବକ କାର୍ଯ୍ୟକରୀ ଭୟଙ୍କର କରୋନା ମହାମାରୀ ଦାଉରୁ ଯେମିତି ରକ୍ଷ୍ୟା କରିଥିଲେ ଠିକ ସେମିତି ସତର୍କତା ଅବଲମ୍ବନ କରି ଜିଲ୍ଲା ପ୍ରଶାସନର ପଞ୍ଚସୁତ୍ରୀ ନିୟମ ପାଳନ କରି ମାସ୍କ, ସାମାଜିକ ଦୂରତ୍ୱ ବଜାୟ ରଖି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ସହିତ ଅନ୍ୟ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତି ସଂକ୍ରମଣ ଯେହେତୁ ଲେଉଟିଲାଣି ଓ ଆମଦେଶର କେତେକ ରାଜ୍ୟରେ ଘନୀଭୂତ ହେଲାଣି, ଏହି ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବା ପାଇଁ ଓଡିଶା ସରକାର ମଧ୍ୟ କୋଭିଡ କଟକଣାକୁ ଅଧିଜ ଗୁରୁତ୍ୱ ଦେଇଛନ୍ତି ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ନୁଆଁ ଏସଓପି ଜାରି କରିଛନ୍ତି ସେଥିନିମନ୍ତେ କୋଦଳା ଅଞ୍ଚଳରେ ସଂକ୍ରମଣକୁ ଜୋରଦାର ଦୁରେଇ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟଜ ବୋଲି କହିଥିଲେ । ଗତ କରୋନା ସଂକ୍ରମଣ ସମୟ ରେ ଅଙ୍ଗନବାଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିଭଳି ଯୋଦ୍ଧା ଭାବେ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରିବାକୁ ତହସିଲଦାର କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ନିୟମ ପ୍ରକାରେ ବ୍ୟବସାୟୀ ଓ ଲୋକମାନେ କିପରି ପାଳନ କରିବେ ଯଦି ପାଳନ ନ କରନ୍ତି କି କି ଅସୁବିଧାର ସମ୍ମୁଖୀନ ହେବେ ଏ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା ଓ ସଚେତନତା କରିବା ପାଇଁ ଅନୁରୋଧ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.