କୋଦଳା,୨୬/୧୧(ପିପିଟି); କୃଷି , କୃଷକ ଓ ଖାଉଟି ବିରୋଧୀ ଆଇନ ଗୁଡିକ ପ୍ରତ୍ୟାହାର କରିବା ଦାବୀ ନେଇ ଅଖିଳଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଡାକରା ରେ ହେଉଥିବା ରାଷ୍ଟ୍ରବ୍ୟାପି ହରତାଳ ଓ ପ୍ରତିବାଦ ସଭାକୁ ସମ୍ମାନ ଜଣାଇ ବେଗୁନିଆପଡ଼ା ବ୍ଲକ ଚାଷୀ ଅଧିକାର ସଂଗ୍ରାମ ମଞ୍ଚ. ରୁଷୀକୂଲ୍ୟା ମହାସଭା ଓ ଆଦିବାସୀ ସଙ୍ଗଠନ ଭିଟାମାଟି ସୁରକ୍ଷା ଅଭିଯାନ ଡାକରାରେ ଜୋହାନ ସ୍ବାଇଁ, ଯୁଗଳ ଜେନା, ଶଙ୍କର ଶବରଙ୍କ ନେତୃତ୍ବରେ କୋଦଳା ଓ ବେଗୁନିଆପଡ଼ା ଚାଷୀ, ଆଦିବାସୀ, ଗରିବ ଖାଉଟି ବହୁ ସଂଖ୍ୟା ରେ ଯୋଗଦେଇ କୋଦଳା ଆରାଧ୍ୟ ଦେବତା ଦଣ୍ଡେଶ୍ବର ମହାପ୍ରଭୁଙ୍କ ପୀଠରୁ ବିରାଟ ଶୋଭାଯାତ୍ରାରେ ବାହାରି କୋଦଳା ସହର ପରିକ୍ରମା କରି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଳିତ ଦାବିପତ୍ର ତହସିଲଦାର ଅବନୀ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ କୃଷକ ନେତା ନବକୃଷ୍ଣ, ରାଧାଶ୍ଯାମ, ଭଗବାନ,ଡାକ ପ୍ରଧାନ ଘନଶ୍ୟାମ ବଢେଇ, ଦୀନବନ୍ଧୁ ରାଉତ, ପ୍ରଶାନ୍ତ ମହାନ୍ତି, ଅଜିତ ମୁନୀ, ଆଦିବାସୀ ନେତା ଗୋବିନ୍ଦ ଶବର, ଜଗବନ୍ଧୁ ଶବର, ପ୍ରକାଶ ଶବର, ଅଇଁଠା ଶବର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭାସ୍କର ନାୟକ ଓ ରଙ୍କନିଧି ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ଚାଷୀ ଓ ଆଦିବାସୀ ବିଡିଓ ବେଦବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।