କୋଦଳା କୋର୍ଟ ପରିସରରେ ବନ ମହୋତ୍ସବ ପାଳିତ ।

0 337

କୋଦଳା,୦୨/୦୭(ପିପିଟି); ବୃକ୍ଷ ହିଁ ଜୀବନ, ବୃକ୍ଷ ଅଭାବେ ମନୁଷ୍ୟ ବଞ୍ଚିବା କଷ୍ଟ,ଗଛବିନା ଅମ୍ଳଜାନର ଘୋର ଅଭାବ ଦେଖାଦେଉଥିବା ବେଳେ ଶୁକ୍ରବାର ପୋଲସରା ବନଖଣ୍ଡ ତତ୍ତ୍ୱାବଧାନ ତଥା କୋଦଳା କୋର୍ଟ ଆନୁକୂଲ୍ୟରେ କୋଦଳା କୋର୍ଟ ପରିସରରେ ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁନ ରାଣୀ ମିଶ୍ର, ପ୍ରଥମ ଶ୍ରେଣୀ ବିଚାରପତି ସୁକନ୍ୟା ଶତପଥି, ବରିଷ୍ଠ ଦେୱାନୀ ବିଚାରପତି ସଦ୍ୟାସ୍ନାତା ପତିଙ୍କ କରକମଳରେ ଚାରା ରୋପଣ କରାଯାଇ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଥିଲା । ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜ ବାନାନି ସୃଷ୍ଟି କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ, କୋଦଳା ବନପାଳ କୋରା ପ୍ରସାଦ ଜେନା,ପୋଲସରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକଙ୍କ ସମେତ ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ କୋର୍ଟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ବାର ଆସୋସିସନର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ତାରିଣୀ ଚରଣ ପଟ୍ଟନାୟକ,ସ୍ବପ୍ନ କୁମାର ମିଶ୍ର, ନୀଳାଞ୍ଚଳ ପୋଲାଇ ଓ ଭଗବାନ ହୋତା ସମେତ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.