କୋଦଳା ଓକିଲ ସଂଘ ନିର୍ବାଚନ; ସଭାପତି ବାଳକୃଷ୍ଣ,ଉପସଭାପତି ରତ୍ନାକର ଓ ସଂପାଦକ ସନ୍ୟାସୀ ନିର୍ବାଚିତ ।

0 336

କୋଦଳା/ପୋଲସରା,୧୨/୧୨(ପିପିଟି); କୋଦଳା ଓକିଲ ସଂଘ ନିର୍ବାଚନ ଶେଷ ହୋଇଛି । ସଭାପତି ଭାବରେ ବାଳକୃଷ୍ଣ ପଣ୍ଡା ୩୫ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ସାହୁ ୨୮ ଭୋଟ ପାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଛି । ଉପସଭାପତି ଭାବେ ରତ୍ନାକର ମହାନ୍ତି ୩୦ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ଅବନୀ ଶଙ୍କର ମିଶ୍ର ୨୨ ଓ ଭାସ୍କର ସ୍ବାଇଁ ୧୨ ଭୋଟ ପାଇଛନ୍ତି । ସାଧାରଣ ସଂପାଦକ ସନ୍ୟାସୀ ସାହୁ ୪୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରମଣୀ ଦାଶ ୨୦ ଖଣ୍ଡ ଭୋଟ ପାଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ରମେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗୀ ଭାବରେ ଭାଗୀରଥି ବେହେରା ସହଯୋଗ କରିଥିଲେ । କୋଦଳା ଓକିଲ ସଂଘର ୮୨ ସଦସ୍ୟ ମଧ୍ୟରୁ ୬୪ ଜଣ ମତଦାନ କରିଥିଲେ ।

(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.