କୋଦଳା ଏନ୍ଏସି ରେ ମଶାରୀ ବଣ୍ଟନ ।

0 459

କୋଦଳା,୨୨/୦୩(ପିପିଟି); ସୋମବାର ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମଶାରି ବଣ୍ଟନ କରାଯିବାକୁ ଥିବାବେଳେ ଆଜି ଖଡୁରାସାହି, ଡେରାସାହି ଓ ବାଇଗଣିଆ ସାହି ଓ ଇନାମ ବେଲପଡା ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ସାହି ଗୁଡିକୁ ମଶାରି ବଣ୍ଟନ କରାଯିବ ବୋଲି ଏଏନ୍ଏମ ପ୍ରମିଳା ପାତ୍ର କହିଥିବାବେଳେ କୌଣସି କାରଣ ରୁ କରଣସାହି କେନ୍ଦ୍ର ର ସାହିଗୁଡିକରେ ବଣ୍ଟନ କାର୍ଯ୍ୟ ହୋଇପାରି ନଥିଲା । ସକାଳ ଦଶଘଣ୍ଟ ସମୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କିଛି ଅସହାୟ, ବୃଦ୍ଧଙ୍କୁ ନିଜ ହାତରେ ମଶୁରୀ ବଣ୍ଟନ କରିଥିଲେ । ପ୍ରତ୍ୟେକ ପରିବାର ସଦସ୍ୟ ମଶୁରୀ ପାଇବେ ବୋଲି ଏଏନ୍ଏମ ଏଟିଓ ଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଏନଏମ୍ ଙ୍କ ସମେତ , ଅଙ୍ଗନୱାଡ଼ି କର୍ମୀ ସବିତା ପାଢ଼ୀ,ସୁମିତ୍ରା ନାୟକ, ସୁମିତା ସ୍ୱାଇଁ ଅଙ୍ଗନୱାଡ଼ି ସହାୟିକା ସବିତା ସାହୁ,ବନିତା ଦାଶ,ସ୍ୱାସ୍ଥ୍ୟକର୍ମୀ ରାଧାରାଣୀ ଜେନା, ସବିତା ବେହେରା, ଅପୁରୀ ପ୍ରଧାନ, ସୁଜାତା ଗୌଡ଼ ଉପସ୍ଥିତ ଥିବାବେଳେ ଗ୍ରାମବାସୀ ମାନେ ଉପସ୍ଥିତ ରହି ମଶୁରୀ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସାହି ରେ ଅନୁଷ୍ଠିତ ହେବ ବୋଲି ଏଏନଏମ ସୁଚନା ପ୍ରଦାନ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.