କୋଦଳା ଏନ୍ଏସି ପକ୍ଷରୁ ଆରମ୍ଭ ହେଲା ଇ- ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ।

0 402

କୋଦଳା,୧୪/୦୮(ପିପିଟି); ବିଜ୍ଞାପିତ ଅଞ୍ଚଳ ପରିଷଦକୋଦଳା ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆଜି ଏନ୍ଏସି ପକ୍ଷରୁ ଇ- ବର୍ଜ୍ୟବସ୍ତୁ ଏବଂ ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ନେତୃତ୍ୱ ରେ ଏହାର ଶୁଭାରମ୍ଭ ହୋଇଛି । ସମସ୍ତ ସ୍ଵଛସାଥୀ, ସୁପରଭାଇଜର, ସ୍ୱଚ୍ଛକର୍ମୀ ମିଶି ଏନଏସି ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଡାକବାଜି ଯନ୍ତ୍ର ଲାଗିଥିବା ଏକ ସ୍ୱତନ୍ତ୍ର ଗାଡ଼ି ବୁଲିବା ସହିତ ସମସ୍ତ ଅନୁଷ୍ଠାନ, ଦୋକାନ, ବଜାର ଏବଂ ପ୍ରତ୍ୟେକ ୱାର୍ଡର ଘରକୁ ଘର ବୁଲି ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ । ବର୍ଜ୍ୟବସ୍ତୁ ଭାବେ ସି.ଏଫ୍, ଏଲ ବଲବ , ଟ୍ୟୁବ୍ ଲାଇଟ୍,ଏକ୍ସପାୟାର ମେଡିସିନ୍ , ଭାଙ୍ଗିଯାଇଥିବା ଥର୍ମୋମିଟର ,ଡିସ୍ପୋଭେନ ସିରିଞ୍ଜ,ଖରାପ ବ୍ୟାଟେରୀ , ପୋଡା ତମ୍ବାତାର,ଗଜ୍ କପଡ଼ା ସମେତ ଖରାପ ହୋଇଥିବା ଫ୍ରିଜ୍ , କୁଲର,ଏସି ,ପ୍ୟାନ, ଟିଭି ଭଳି ବୈଦ୍ୟୁତିକ ଯନ୍ତ୍ରକୁ ଗାଡ଼ି ଦ୍ଵାରା ସଂଗ୍ରହ କରାଯାଇଥିଲା । ଏହି ସ୍ୱତନ୍ତ୍ର ଗାଡି ସପ୍ତାହର ପ୍ରତ୍ୟକ ଶନିବାର ୧୩ଟି ୱାର୍ଡ ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ କାର୍ଯ୍ୟ ଏନ୍ଏସି ପକ୍ଷରୁ ପୂର୍ବରୁ ପ୍ରୟାସ କରାଯାଇଥିବା ବେଳେ ବିପଦ୍ଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ ଗାଡି ଆଜିଠାରୁ ଆରମ୍ଭ ହୋଇଛି । ସାଧାରଣ ଅଳିଆ ଗାଡ଼ିରେ ଏହି ବର୍ଜ୍ୟବସ୍ତୁ ନିଆଯାଉଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସଂଗ୍ରହ ହୋଇଥିବା ବିପଦ୍ଜନକ ବର୍ଜ୍ୟବସ୍ତୁକୁ ପୁରୁଷୋତ୍ତମପୁର ସ୍ଥିତ ଜଗନ୍ନାଥ ରିସାଇକଲିଂ ଏଜେନ୍ସିକୁ ହସ୍ତାନ୍ତର କରାଯିବ ବୋଲି ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୂର୍ଯ୍ଯ ନାରାୟଣ ବଡୁ। )

Leave A Reply

Your email address will not be published.