କୋଦଳା,୨୬/୦୬(ପିପିଟି): ରବିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଉପସ୍ଥିତି ରେ କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ ଜନସାଧାରଣଙ୍କ ଦ୍ୱାରା ଓଡିଶା ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନନୀୟା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଏବଂ ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ ଜନ ପ୍ରତିନିଧି ସମେତ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସମ୍ବର୍ଦ୍ଧିତ କରିଥିଲେ ।ମନ୍ତ୍ରୀ ଦ୍ବୟ ଦିବା ୧ ଘଣ୍ଟ ସମୟରେ କୋଦଳା ବସଷ୍ଟାଣ୍ଡ ନିକଟରୁ କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ ୪୪ ନଂ ଜୋନର ଜନସାଧାରଣ ଏକ ବିରାଟ ମୋଟରସାଇକଲ ରାଲିରେ କୋଦଳାର ଆରାଧ୍ୟ ଦେବତା ବାବା ଦଣ୍ଡିଶ୍ୱର ମନ୍ଦିର ନିକଟରେ ପହଞ୍ଚି ଦର୍ଶନ କରିବା ସହିତ ଅଞ୍ଚଳ ବାସୀଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧନା ସଭା ସ୍ଥଳରେ ପହଞ୍ଚିଥିଲେ । ଏକ ସୁସଜ୍ଜିତ ମଞ୍ଚରେ ଗ୍ରାମବାସୀ ଓ ଜନ ପ୍ରତିନିଧି ଉଭୟ ମନ୍ତ୍ରୀଙ୍କୁ ଉପଢୌକନ ସହିତ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆମ୍ଭକୁ ଯୋଗ୍ୟ ବିବେଚନା କରି ଜନମାନସର ସେବା କରିବାର ସୁଯୋଗ ଦେଇଥିବାରୁ ଆମ୍ଭେ ତାଙ୍କ ଠାରେ କୃତଜ୍ଞ ବୋଲି କହିବା ସହିତ ଅଞ୍ଚଳ ବାସୀଙ୍କ ପାଇଁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଅହରହ ଉଦ୍ୟମ ଜାରିରଖି ଅନୁଦାନ ଆଣି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗେଇ ନେଉଥିବାରୁ ଦୁଇମନ୍ତ୍ରୀ ପ୍ରସଂଶା କରିଥିଲେ । ବର୍ତ୍ତମାନ ଏହି ଅଞ୍ଚଳ ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀଦ୍ବୟ ପ୍ରକାଶ କରିଥିଲେ । କୋଦଳା ଠାରେ ସମ୍ବର୍ଦ୍ଧିତ ହେବାପରେ ଉଭୟ ମନ୍ତ୍ରୀଙ୍କୁ ଜୋନ ନଂ ୪୫ ଓ ୪୬ ଜନ ପ୍ରତିନିଧି ନିମନ୍ତ୍ରିତ କରି ଏସ ଛଚିନା ଓ ସଣ୍ଢମୂଳ ପଞ୍ଚାୟତ ଠାରେ ସ୍ୱାଗତ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା,ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,କଲ୍ୟାଣୀ ପାତ୍ର,ବିନୋଦିନୀ ସ୍ୱାଇଁ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସରପଞ୍ଚ, ସମିତିସଭ୍ୟ, କାଉନସିଲର ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)