କୋଦଳା ଏନ୍ଏସିରେ ସୌନ୍ଦର୍ଯ୍ୟ କରଣ ନାମ ରେ ହରିଲୁଟ , କନିଷ୍ଠ ଯନ୍ତ୍ରୀ ମାଲାମାଲ !

0 565

କୋଦଳା,୨୧/୧୦(ପିପିଟି); ସହରାଞ୍ଚଳ ମାନଙ୍କରେ ସ୍ୱଛତା, ସୌନ୍ଦର୍ଯ୍ୟ କରଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଅବଲମ୍ବନ କରାଯାଇଛି । ସେଥି ମଧ୍ୟରୁ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ରାଜକୋଷରୁ ପ୍ରତ୍ୟେକ ଏନ୍ଏସିକୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ବହୁ ଏନ୍ଏସି ରେ ଅଗ୍ରଗତିରେ ଏହି କାର୍ଯ୍ଯ ଚାଲିଥିଲେ ମଧ୍ଯ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ସୌନ୍ଦର୍ଯ୍ୟ କରଣ ନାମ ରେ ହରିଲୁଟ ହେଉଥିବା ଦେଖିବାକୁ ମିଳିଛି ।କାଗଜ ପତ୍ରରେ ଜୋର ସୋର ରେ କାର୍ଯ୍ଯ ଚାଲୁଥିବା ବେଳେ କାନ୍ଥ ବାଡ ରେ ଛବି ଅଦୃଶ୍ୟ ହୋଇଗଲା ଭଳି ଲାଗୁଛି ।ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର କାନ୍ଥ ମାନଙ୍କରେ ଦିଶୁନାହିଁ। କନିଷ୍ଠ ଯନ୍ତ୍ରୀ ଏଥିରେ ମାଲାମାଲ ହେଉଥିବା ଜଣାପଡ଼ିଛି । ଠିକାଦାର କରିଥିବା ବିଭି୍ନ୍ନ ନୁତନ ଉନ୍ନୟନ କାର୍ଯ୍ଯ ପାଇଁ କଲର ମାରିବାକୁ ନିୟମ ଥିବାବେଳେ କନିଷ୍ଠ ଯନ୍ତ୍ରୀ ସେହି କାନ୍ଥ ମାନଙ୍କରେ ଚୂନ ଲିପି ଚିତ୍ର କରୁଥିବା ଜଣାପଡ଼ିଛି । ଯାହା ଫଳ ରେ ସୌନ୍ଦର୍ଯ୍ୟ କରଣ ବିଲ୍ ସହିତ ଠିକାଦାର ବିଲ୍ ମଧ୍ୟ ହୋଇଯାଉଛି କିନ୍ତୁ ସେହି ବିଲ୍ ଟଙ୍କା ଯନ୍ତ୍ରୀଙ୍କ ହାତକୁ ଯାଉଛି । ଦୀର୍ଘ ମାସ ଧରି ନାବାଳକ ପିଲାଙ୍କୁ ଧରି ଏହି କାର୍ଯ୍ୟ ଚାଲୁଥିଲେ ମଧ୍ୟ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ , ଏମସିସି , ଶିଶୁ ଉଦ୍ୟାନ ଓ ତହସିଲ ପଡିଆ ମଧ୍ୟରେ ସୀମିତ ହୋଇ ରହିଯାଇଛି । ସେଠାରେ ନାବାଳକଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଆର୍ଟ କ୍ଷେତ୍ରରେ ଅଧ୍ୟୟନ କରିଥିବା ବ୍ୟକ୍ତି ମାନଙ୍କୁ ଏଥିରେ ସାମିଲ କରାନଯିବା ଅଭିଯୋଗ ହେଉଛି । ସେମାନେ ଜୀବିକା ନିର୍ବାହ ପାଇଁ ଯନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଦ୍ଧା ରୋକ ଠୋକ ଯନ୍ତ୍ରୀ ମନା କରୁଛନ୍ତି ବୋଲି କିଛି କଳା ଛାତ୍ର ଅଭିଯୋଗ କରିଛନ୍ତି । ଏନ୍ଏସିରେ ୧୩ଟି ୱାର୍ଡ ଥିବା ବେଳେ କୌଣସି ସ୍ଥାନ ମାନଙ୍କରେ ସୌନ୍ଦର୍ଯ୍ୟ କରଣର ଛବି ଦେଖିବାକୁ ମିଳୁନାହିଁ । ଏଠି କନୀଷ୍ଠ ଯନ୍ତ୍ରୀଙ୍କ ହାତ ରେ ଅଖଣ୍ଡ କ୍ଷମତାଥିବା ଭଳି ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକୃତରେ କେଉଁ ମାନେ କାମ କରୁଛନ୍ତି , ତାଙ୍କର ଅଭିଜ୍ଞତା ଅଛି କି ନାହିଁ ,ଏହାର ସତ୍ୟାସତ୍ୟ ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.