କୋଦଳା,୧୭/୧୦(ପିପିଟି); ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୨୦୨୦ ପ୍ରବେଶିକା ପରିକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।ରାଜ୍ୟ ର ୩୩୮୩୩ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ । ସେଥିମଧ୍ୟରୁ କୋଦଳା ଏନ୍ଏସି ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବଡୁଙ୍କ ପୁତ୍ର ଶିବ ପ୍ରସାଦ ବଡୁ ୭୨୦ ରୁ ୬୬୦ ମାର୍କ ରଖି କୃତକାର୍ଯ୍ଯ ହୋଇଛନ୍ତି । ଏହାର ଶ୍ରେୟ ବ୍ରହ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦୀର ଗୁରୁଜୀ , ଗୁରୁମା , ବାପା , ମା, ଭଉଣୀ ଓ ଜ୍ଵାଇଁ ପାଇଁ ସମ୍ଭବ ପର ହୋଇଛି ବୋଲି ଶିବ ପ୍ରସାଦ କହିଥିବା ବେଳେ ଡାକ୍ତର ହେବା ପରେ ଅସହାୟ ଗରିବଙ୍କ ଶେବା କରିବି ବୋଲି କହିଛନ୍ତି । କୋଦଳାର ଜଣେ ପିଲା ଡାକ୍ତର ହେବା ପାଇଁ ଯୋଗ୍ଯତା ଅର୍ଜନ କରିଥିବାରୁ ସାଧାରଣରେ ଆଗ୍ରହ ପ୍ରକାଶ ପାଇଛି ।