କୋଦଳା,୧୭/୦୮(ପିପିଟି): ଭାରତ ସ୍ୱାଧୀନର ୭୫ ବର୍ଷ ପୂର୍ତ୍ତି ଅବସର ରେ ଆଜି ସମଗ୍ର ଦେଶରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ରେ ଏ ଦେଶର ମାଟି, ପାଣି, ପବନ ବି ଗାଉଛି ସ୍ୱାଧୀନତାର ସଙ୍ଗୀତ, ସବୁଠି ଲାଗିଛି ଦେଶପ୍ରେମ ର ରଙ୍ଗ । କୋଦଳା ଅଞ୍ଚଳରେ ମଧ୍ୟ ଏହି ସ୍ୱାଧୀନତା ଦିବସ ପାଳିତ ହୋଇଛି । ପ୍ରତ୍ୟେକ ଘର ଦୁଆରେ ତ୍ରିରଙ୍ଗା ପତାକା ଉଡ଼ୁଛି । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ସମ୍ମାନ ଜଣାଇ ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି ଅଞ୍ଚଳବାସୀ । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ଆଦର୍ଶ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ, ଶିକ୍ଷକ /ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ଗହଣରେ ଜାତୀୟ ପତ୍ତାକା ଉତ୍ତୋଳନ କରିଥିବା ବେଳେ କୋଦଳା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସେଠାରେ ଉପସ୍ଥିତ ଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଙ୍ଗନୱାଡି ଶିଶୁ ଓ ଜନସାଧାରଣଙ୍କ ଗହଣରେ ପତ୍ତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରି ଯେଉଁ ମହାପୁରୁଷ ମାନେ ନିଜ ଜୀବନକୁ ବଳିଦାନ ଦେଇ ଆମ ଦେଶକୁ ସ୍ୱାଧୀନ କରାଇଥିଲେ ସେମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ, ମୁଁ ଭାରତୀୟ ହୋଇଥିବାରୁ ମୁଁ ଆଜି ଗର୍ବିତ ବୋଲି କହିବା ସହିତ ଭାରତ ମାତା ର ଜୟଗାନ କରୁଥିବା କୁନି କୁନି ଅଙ୍ଗନବାଡି ଶିଶୁଙ୍କ ସହିତ କିଛି ମୁହୂର୍ତ୍ତ କଟାଇ ସେମାନଙ୍କୁ ନିଜ ହାତରେ ମିଠା ଖୁଆଇଥିଲେ ।ସେହିପରି କୋଦଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପତ୍ତାକା ଉତ୍ତୋଳନ କରିଥିବା ବେଳେ, କୋଦଳା ଥାନାରେ ଆରକ୍ଷୀ ଅଧିକାରୀ ଦେବାଶିଷ ମହାନ୍ତି, ଦମକଳ କେନ୍ଦ୍ର ରେ ସୁର୍ଯୟ କୁମାର ହେମ୍ବ୍ରମ,ବେଗୁନିଆପଡା ବ୍ଲକ ପରିସରରେ ଅଧ୍ୟକ୍ଷା ରେଣୁ ଗୌଡ଼, କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାଲିମେଘି ପଞ୍ଚାୟତ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ, ବେରୁଆଁବାଡ଼ି ସରପଞ୍ଚ ପ୍ରତିମା ପାଢ଼ୀ, ମର୍ଦ୍ଦମେଖ ସରପଞ୍ଚ ହୃଷିକେଶ ମେହେଣା ପ୍ରମୁଖ ନିଜ ନିଜ କାର୍ଯ୍ୟାଳୟରେ ଜାତୀୟ ପତ୍ତାକା ଉତ୍ତୋଳନ କରିଥିବା ବେଳେ କୋର୍ଟ, ମେଡିକାଲ,ଜନସ୍ୱାସ୍ଥ୍ୟ ବିଭାଗ, ଏମଆଇ, ପିଡବ୍ଲୁଡି,ପଞ୍ଚାୟତ କାର୍ଯ୍ୟାଳୟ ଓ ସମସ୍ତ ସରକାରୀ /ଘରୋଇ ଶିକ୍ଷ୍ୟା ଅନୁଷ୍ଠାନରେ ବି ଅନୁଷ୍ଠିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ ।