କୋଦଳାରେ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ ।

0 298

କୋଦଳା,୨୩/୦୭(ପିପିଟି):ରବିବାର କୋଦଳା ଏନଏସି ସ୍ଥିତ ସ୍ବର୍ଣ୍ଣମୟୀ ହାଇସ୍କୁଲ  ପରିସରରେ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ବାର୍ଷିୟାନ ଖଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପବିତ୍ର ଜନ୍ମ ତିଥିରେ ଏକ ରକ୍ତଦାନ ଶିବିର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ତଥା କାଜୁ ନିଗମ ଅଧ୍ୟକ୍ଷ୍ୟ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।କୋଦଳା ଏନ୍ଏସି ର ସମସ୍ତ କର୍ମକର୍ତ୍ତାଙ୍କ ପ୍ରଚେଷ୍ଟା ରେ ସହର ର ବହୁ ଯୁବକ ଯୁବତୀ, ମହିଳା ଓ ପୁରୁଷ କେନ୍ଦ୍ର ନିକଟକୁ ଆସି ରକ୍ତଦାନ କରି ଯାଇଥିଲେ । ୧ଘଣ୍ଟ ସୁଦ୍ଧା ୧୨୨ ଜଣ ରକ୍ତଦେବାପାଇଁ ପଞ୍ଜିକରଣ କରିଥିବା ବେଳେ କିଟ ଅଭାବ କାରଣରୁ ୧୦୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବ୍ରହ୍ମପୁର ବଡମେଡିକାଲ ରକ୍ତ ଭଣ୍ଡାର କର୍ମକର୍ତ୍ତା ପହଞ୍ଚି ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିର ରେ ଯୋଗଦେଇଥିବା ବିଧାୟିକା ଲତିକା ପ୍ରଧାନ କହିଥିଲେ ଯେ ଓଡ଼ିଶାର ଅପ୍ରତିଦ୍ବନ୍ଦି,ବର୍ଷୀୟାନ ନାରୀନେତ୍ରୀ, ଆମ୍ଭମାନଙ୍କ ପ୍ରେରଣା ଖଲିକୋଟ ରାଣୀ ସହେବାଙ୍କ ଜନ୍ମ ଦିନ ଅଗଷ୍ଟ ୫ ରେ ହେଉଥିବା ବେଳେ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଇଚ୍ଛାକରୀ ପର୍ଯ୍ୟାୟ କ୍ରମେ ଜୋନ ସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରି ୧୨ ତାରିଖ ସୁମଣ୍ଡଳ ଠାରେ ୪୬ ନମ୍ବର ଜୋନ ରୁ ୨୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ କୋଦଳା ଏନ୍ଏସି ରୁ ୧୦୧ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଆସନ୍ତା ୨୬ ତାରିଖ ରେ ୪୪ ନମ୍ବର ଜୋନର ବେରୁଆଁ ବାଡ଼ି ଠାରେ ରକ୍ତଦାନ ଶିବିର ଆୟୋଜିତ ହେବ ଏବଂ ରାଣୀମାଙ୍କ ଜନ୍ମ ଦିନରେ ଏସ ଛଚିନା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏମିତି ପ୍ରତ୍ୟେକ ବର୍ଷ ଏହିପରି ଭାବେ ପାଳନ କରାଯିବ ବୋଲି ବିଧାୟିକା ପ୍ରକାଶ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ମାନପତ୍ର ପ୍ରଦାନ କରିଥିଲେ ।

(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.