ବେଗୁନିଆ,୦୯/୧୧(ପିପିଟି):ବେଗୁନିଆ ବ୍ଳକ ଅନ୍ତର୍ଗତ ରାଉତପଡା ପଞ୍ଚାୟତର କୋତଳାଙ୍ଗ ଗ୍ରାମରେ କାଉ ମଡକ ଦେଖି ବାର୍ଡଫ୍ଲୁ ଆଶଙ୍କା ରେ ସେହି ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଗତ ଦୁଇଦିନ ମଧ୍ଯରେ କୋତଳାଙ୍ଗ ଗ୍ରାମରେ କୋଡିଏରୁ ଉର୍ଦ୍ଧ୍ବ ମୃତକାଉ ମରିପଡି ଥିଲେ। ଆଉକିଛି କାଉ ତଳେପଡି ଛଟପଟ ହେଉଥିବାର ଦେଖିବାକୁ ମିଳିଛି। ଲୋକ ମାନେ କାଉ ମରୁଥିବାର ଦେଖି ବାର୍ଡଫ୍ଲୁ ଆଶଙ୍କା କରି ଭୟଭୀତ ଅଛନ୍ତି। ଅନ୍ୟପଟେ କାଉ ମଡକ ଖବରପାଇ ବେଗୁନିଆ ପ୍ରାଣୀ ଚିକିତ୍ସାଳୟର ଡାକ୍ତରୀ ଟିମ୍ ମୃତ କାଉ ମାନଙ୍କର ରକ୍ତ ନମୁନା ପରୀକ୍ଷାପାଇଁ ସଂଗ୍ରହ କରିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)