କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ ।

0 215

ବାଲିଗୁଡା,୨୭/୦୨(ପିପିଟି) : ଶିଶୁ ମଙ୍ଗଳ ସମିତି,ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗ ଦେଇ ଉଦଘାଟନ କରି ପ୍ରଶାସନ ସଵୁଵେଳେ ଶିଶୁ ଓ ଲୋକଙ୍କ ସେଵାରେ ଅଛନ୍ତି ବୋଲି କହିଥିଲେ ଓ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ବେଳେ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ,କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମି ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ୟାମ୍ପ ରେ କୋଟଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ୮୧ ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କର ଅଭିଭାଵକଙ୍କ ସହ ଯୋଗ ଦେଇଥିଲେ । ଏହି କ୍ୟାମ୍ପ ରେ ୮୧ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ଵିଭିନ୍ନ ଯୋଜନା ଯଥା,ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିଫ୍ ଯୋଜନା,ଏହିପରି ଅନେକ ଯୋଜନା ରେ ଅନ୍ତର୍ଭୁକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାଶିବ ପାତ୍ର, ରାମଚନ୍ଦ୍ର ପରିଡା ଓ କମିଟିର ସଦସ୍ୟା ମମତା ଦାସ, ଏଡିଇଓ ଅନିଲ କୁମାର ଵେହେରା ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମନୋଜ ସାଵତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେଵ୍,ମିରା ପ୍ରଧାନ,ସୁକାନ୍ତ ଵଳିୟାର ସିଂ,ସୁପରଭାଇଜର ସଵିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରୋଜ କହଁର, ବାବ୍ରୁ ମୋହନ ମାଝୀ,ଵନଵାସି ଅନୁଷ୍ଠାନର ଆଲୋକ, ସିସିଆଇ ର ନିର୍ମଳା ରାଉତ ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.