କୋଙ୍କରଡ଼ା ହସ୍ପିଟାଲ ଓ ମେଡ଼ିସିନ ଦୋକାନ ସିଲ କୁ ନେଇ ଉତ୍ତେଜନା ତହସିଲଦାର ସମେତ ପ୍ରଶାସନିକ ଅଧିକାରୀ ଓ ପୁଲିସକୁ ଅଟକ ।

0 1,390

ସାନଖେମୁଣ୍ଡି,୩୦/୦୭(ପିପିଟି); ସମ୍ପ୍ରତି ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । କରୋନା ଦାଉରୁ ନିରୀହ ମନୁଷ୍ୟ ମାନଙ୍କୁ ରକ୍ଷା କରିବାପାଇଁ ପ୍ରଶାସନଠୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଉଦ୍ୟମ ଜାରୀରହିଛି । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଏକ ଅଜଣା ଜ୍ୱର ମାଡିଚାଲିଛି । ଏହି ଜ୍ୱରର ଭୟଙ୍କର ତାପମାତ୍ରାରେ ଅନେକ ଜୀବନ ମଧ୍ୟ ଗଲାଣି କିନ୍ତୁ ସ୍ଥାନୀୟ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ହିଁ ପଡୁନି । ସାନଖେମୁଣ୍ଡି ଅଞ୍ଚଳରେ ଗାଁ ଗାଁ ବୁଲି ଆଜି ପ୍ରଯ୍ୟନ୍ତ କୌଣସି ମେଡ଼ିକାଲ ଟିମ ଘର ଘର ବୁଲି ଲୋକ ମାନଙ୍କୁ ଚେକପ କରୁନଥିବାର ବହୁ ବାର ଅଭିଯୋଗ ମଧ୍ୟ ଆସିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୁଲମ ଖୁଲ୍ଲା ଉଲଙ୍ଘନ ମଧ୍ୟ ହେଉଛି କିନ୍ତୁ ଏହି ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ । ସ୍ଥାନୀୟ ପ୍ରଶାସନ ଖାଲି ମେଡ଼ିସିନ ଦୋକାନ ଏବଂ ଗ୍ରାମ୍ୟ ମେଡ଼ିକାଲକୁ ସିଲ୍ କରିବାରେ ଲାଗିପଡିଛନ୍ତି । ଆଜି ଏଭଳି ଏକ ଅଭାବନିୟ ପରିସ୍ଥିତି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ ଆଜି ଭୋର ଭୋର କିଛି ମେଡ଼ିସିନ ଦୋକାନ ଏବଂ ସ୍ଥାନୀୟ ମେଡ଼ିକାଲ କୁ ସିଲ୍ କରିବାକୁ ଯାଇଥିଲେ । ଏହା ଦେଖି ସ୍ଥାନୀୟ ବାସିନ୍ଦା ଉତ୍ତକ୍ଷିପ୍ତ ହୋଇ ତହସିଲଦାର ଟିମ ଓ ପୁଲିସ ମାନଙ୍କୁ ଅଟକ ରଖିଥିଲେ । ଦୀର୍ଘ ସମୟର ବିତର୍କ ପରେ ପ୍ରଶାସନକୁ ଛାଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ ବହୁତ ଦିନ ହେଲା କଙ୍କୋରଡା ଗ୍ରାମର ମେଡିକାଲରେ କୌଣସି ଡାକ୍ତର ନାହାନ୍ତି । ସେହି ଗ୍ରାମର ମେଡ଼ିକାଲ କୁ ବହୁ ଗ୍ରାମ ନିର୍ଭର ଯୋଗ୍ୟଥାନ୍ତି କିନ୍ତୁ ଡାକ୍ତର ଅଭାବରୁ ଲୋକ ମାନେ ନିରାଶ ହେଉଛନ୍ତି । ଛୋଟ ମୋଟ ରୋଗ ହେଲେ ମେଡ଼ିସିନ ଦୋକାନ କୁ ଯାଇ ମେଡ଼ିସିନ ଆଣି ଖାଇଥାନ୍ତି ହେଲେ ସବୁ ଦୋକାନ ଯଦି ବନ୍ଦ ହୁଏ ତେବେ ନିହାତି ଗରିବ ଲୋକ ଟି କେମିତି ଚଳିବ । ଲକଡାଉନ ଓ ସଟଡାଉନ ଯୋଙ୍ଗୁ ଲୋକ ମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ପ୍ରଶାସନ ଏପରି ଲୋକ ମାନଙ୍କୁ ହାଇରାଣ କରୁଥିବାରୁ ଲୋକ ମାନଙ୍କ ବିଶ୍ୱାସ ପ୍ରଶାସନ ଉପରୁ କମିବାରେ ଲାଗିଛି ।

ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.