କେବଳ ଭୋଟ ରାଜନୀତି ନୁହେଁ,ସେବା ମନୋବୃତ୍ତି ରଖି ଲୋକଙ୍କ ସମସ୍ୟା ସମାଧାନ କରିବା ରାଜନୀତିର ପ୍ରମୁଖ କାର୍ଯ୍ୟ : ପ୍ରଫୁଲ୍ଲ ଘଡେଇ ।

0 377

ଯାଜପୁୁୁର,୦୫/୧୧(ପିପିଟି); ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସୁରକ୍ଷା ଯୋଜନା, ଆବାସ ଯୋଜନାରୁ ଯେପରି ଯୋଗ୍ୟ ବ୍ୟକ୍ତି ବଞ୍ଚିତ ନୁହଁନ୍ତି, ସେଥିପ୍ରତି ଯୁବ ବିଜେଡି ତତ୍ପର ହେବା ଜରୁରୀ। କେବଳ ଭୋଟ ରାଜନୀତି ନୁହେଁ,ସେବା ମନୋବୃତ୍ତି ରଖି ଲୋକଙ୍କ ସମସ୍ୟା ସମାଧାନ କରିବା ରାଜନୀତିର ପ୍ରମୁଖ କାର୍ଯ୍ୟ ବୋଲି ସୁକିନ୍ଦାର ୩୮ନମ୍ବର ଜୋନର ଭିଡିଓ କନଫରେନ୍ସିଂ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି। ବ୍ଲକ କମିଟି, ଯୁବ ଏବଂ ଛାତ୍ର ସଂଗଠନର ନିୟମିତ ବୈଠକ କରି ଲୋକଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ ଘଡ଼ାଇ।

Leave A Reply

Your email address will not be published.