କେନ୍ଦ୍ର ସରକାରଙ୍କ ଚାଉଳ କାଟ ଘଟଣାକୁ ନେଇ ବିଜେଡିର ପ୍ରତିବାଦ।

0 236

ତିର୍ତ୍ତୋଲ,୧୬/୦୨(ପିପିଟି); ତିର୍ତ୍ତୋଲ ବିଜୁ ଜନତାଦଳ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଯୋଜନାରୁ ବଞ୍ଚିତ କରାଯାଇଥିବା ନୀତି ବିରୋଧରେ ଏକ ପ୍ରତିବାଦ ସଭା ବ୍ଲକ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବ୍ଲକ ଛକ ଦେଇ ସଭାସ୍ଥଳୀ ନିକଟକୁ ଆସିଥିଲା । ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ,ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ଯାରାଣୀ ମହାନ୍ତି, ତିର୍ତ୍ତୋଲ ବ୍ଲକ ସଭାପତି ତଥା ୪ ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି,ପଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ,କଟରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମିୟ ରଞ୍ଜନ ବଳ,ଅଶ୍ଵୀନି ଦାସ,ଅରୁଣ ମହାପାତ୍ର,ରଞ୍ଜିତା ସିଂ, ପ୍ରମୁଖ ଯୋଗ ଦେଇଥିଲେ । ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଜନସାଧାରଣଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଵର୍ଷିଥିଲେ ଓ ଏପରି ଏକ ଲୋକାଭିମୁଖୀ ଯୋଜନାକୁ ନୂତନ ଦିଗ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.