କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଦେଶବ୍ୟାପି ହରତାଳ ।

0 565

ଭୁବନେଶ୍ବର, ୨୬/୧୧(ପିପିଟି); ସବକା ସାଥ ସବକା ବିକାଶର ସ୍ଲୋଗାନ ଦେଇ କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦି ସରକାର ଦେଶରେ ବିଭିନ୍ନ ଜନ ବିରୋଧୀ ଆଇନକୁ କାର୍ଯ୍ୟକାରୀ କରାଇ ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିଶୟ କରିପକାଇଛନ୍ତି । ଦେଶରେ ପ୍ରଚଳିତ ଶ୍ରମ ଆଇନକୁ ସଂଶୋଧନ କରାଇ କର୍ପୋରେଟ ସ୍ୱାର୍ଥରେ ଆଇନ ପ୍ରଣୟନ କରିଛନ୍ତି । ଯାହା କାର୍ଯ୍ୟକାରୀ ହେବା ଫଳରେ ଶ୍ରମଜୀବି ମଣିଷଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ବିପନ୍ନ ହୋଇପଡିଛି । କଳକାରଖାନା ମାନଙ୍କରୁ ବ୍ୟାପକ ଶ୍ରମିକ ଛଟେଇ କରାଯାଉଅଛି । ଶାଗ ମାଛ ଦରରେ ଦେଶର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ବିକ୍ରି କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ଅନ୍ୟ ପଟେ କୃଷି ଆଇନ-୨୦୨୦, କଂଟ୍ରାକ୍ଟ ପାର୍ମିଂଙ୍ଗ ଆକ୍ଟ-୨୦୨୦ , ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ -୨୦୨୦ ଏବଂ ବିଦ୍ୟୁତ ବୃଦ୍ଧି ଆଇନ-୨୦୨୦ କୁ ଗତ ସଂସଦ ଅଧିବେଶନ ସମୟରେ ଧ୍ୱନି ମତରେ ପାରିତ କରାଇ ଭାରତ ବର୍ଷରେ ପ୍ରତିଷ୍ଠିତ କୃଷି ଅର୍ଥନୀତିକୁ ସମ୍ପୂର୍ଣ ରୂପେ ଧ୍ୱଂସ କରିଦେବା ପାଇଁ ଯୋଜନା ବଦ୍ଧ ଭାବରେ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ଚଳାଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୫୦ ରୁ ୮୦ ଟଙ୍କାରେ ପହଁଞ୍ଚିଲାଣି । ଯାହା ବିରୁଦ୍ଧରେ ଭାରତ ବର୍ଷର ତମାମ କୃଷକ ସଙ୍ଗଠନ ଏବଂ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନେ ଆଜି ସର୍ବଭାରତୀୟ ଧର୍ମଘଟର ଡାକରା ଦେଇଥିଲେ । ଏହି ଧର୍ମଘଟ ବା ହରତାଳକୁ ଅଲ୍ ଇଣ୍ଡିଆ ଫରୱାର୍ଡ , ଏହାର ଶ୍ରମିକ ସଙ୍ଗଠନ ଟିୟୁସିସି ଓ କୃଷକ ସଙ୍ଗଠନ ଅଗ୍ରଗାମୀ କିଷାନ ସଭା ଆଦି ନେତୃତ୍ବରେ ସାରା ଓଡ଼ିଶାରେ ସଫଳ କରିବାପାଇଁ ରାଜ୍ୟ ତମାମ ପିକେଟିଂ କରାଯାଇଥିଲା । ଆଜି ଭୋର ସମୟ ପ୍ରାୟ ୫ ଘଣ୍ଟିକା ୪୫ ମିନିଟ ସମୟରୁ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର , ଯୁବନେତା ନାରାୟଣ ଡାକୁଆ , ପ୍ରଦୀପ ଦାସ , ଅଶୋକ କୁମାର ପହୀ , କୃଷକ ନେତା ଅମିନ ଭୋଇ , କପିଳ କାଣ୍ଡି , ସଚିକାନ୍ତ ନାୟକ ପ୍ରମ୍ମୁଖଙ୍କ ନେତୃତ୍ବରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଁଞ୍ଚି ରେଳ ରୋକ ଆନ୍ଦୋଳନ ସଙ୍ଗଠିତ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଜନଶତାଦ୍ଦି ଏକ୍ସପ୍ରେସ , ବଲାଙ୍ଗିର ଇଟଂର ସିଟି ସମେତ ମାଲ ପରିବାହି ରେଳ ଗାଡି ଗୁଡିକ ଅଟକି ରହିଥିଲା । ପରେ ଭୁବନେଶ୍ବରର ବିଭିନ୍ନ କେନ୍ଦ୍ର ସରକାରଙ୍କ ଦପ୍ତର ଗୁଡିକ ସମ୍ମୁଖରେ ମଧ୍ୟ ହରତାଳ ସପକ୍ଷରେ ପିକେଟିଙ୍ଗ କରାଯାଇଥିଲା । ମଧ୍ୟାହ୍ନରେ ଫରୱାର୍ଡ ବ୍ଲକ ଏବଂ ଏହାର ଗଣ ସଙ୍ଗଠନ ମାନଙ୍କ ସମେତ ଅନ୍ୟାନ୍ୟ କୃଷକ ସଙ୍ଗଠନ ଗୁଡିକ ପକ୍ଷରୁ ରାଜମହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ପ୍ରତିବାଦ ସଭା ସଙ୍ଗଠିତ ହୋଇଥିଲା । ଏହି ଅବସର ବକ୍ତବ୍ୟ ରଖି ବକ୍ତା ମାନେ କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିବା ସହ ଜନ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେଗୁଡିକୁ ଖାରଜ କରିବା ପାଇଁ ଦାବି କରାଯାଇଥିଲା । ଅନୁରୂପ ଭାବରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ଫରୱାର୍ଡ ବ୍ଲକ , ଅଗ୍ରଗାମୀ କିଷାନ ସଭା ଏବଂ ଟିୟୁସିସି ପକ୍ଷରୁ ମିଳିତ ଭାବରେ ହରତାଳ ସଙ୍ଗଠିତ କରାଯାଇଅଛି ।

Leave A Reply

Your email address will not be published.