କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ।

0 347

କନ୍ଧମାଳ,୧୩/୦୮(ପିପିଟି): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନାହାର ସିଂ ମୀନା କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ନୀରଜ ସିଂ , ସତ୍ୟ ରଂଜନ ନାଗ , ପ୍ରଶାନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ କିରଣ କୁମାର ଭୋଇ , ଡ଼ି.ଦେଶମୁଖ ତଥା ଅନ୍ୟ ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିବା ବେଳେ ଆୟୋଜିତ ହୋଇଥିବା ଶୋଭାଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ମାନେ ସାମିଲ୍ ହୋଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.