କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ।

0 36

ଦିଗପହଣ୍ଡି,(ପିପିଟି ନ୍ଯୁଜ୍) ୦୩/୦୪-ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସିଲଭ ରାଣୀ ପଣ୍ଡା ୨୫୦୦ ଟଙ୍କା ଅର୍ଥ ରାଶି ସହାୟତା ପ୍ରଦାନ କରିଛନ୍ତି। ପ୍ରଦତ୍ତ ଅର୍ଥକୁ ସେ ବ୍ୟାଙ୍କ ଡିମାଣ୍ଡ ଡ୍ରାଫ୍ଟ କରି ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ଭେଟି ପ୍ରଦାନ କରିଥିଲେ। କୋଭିଡ୧୯ ମୁକାବିଲା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅହରହ ଜନସାଧାରଣଙ୍କ ସୁରକ୍ଷା ନେଇ ତପ୍ତର ଥିବା ବେଳେ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସରକାରଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇ ସହଯୋଗ କରିବାକୁ ଛାତ୍ରୀ ସିଲଭି ନିବେଦନ କରିଛନ୍ତି।

Leave A Reply

Your email address will not be published.