କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ନବନିର୍ମିତ କୋଠାରେ ଅଭିଭାବକଙ୍କ ପକ୍ଷରୁ ପୂଜାର୍ଚ୍ଚନା ।

0 457

ଆସିକା,୧୨/୧୦(ପିପିଟି): କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ନବନିର୍ମିତ କୋଠାରେ ଆସନ୍ତା କାଲି ଅର୍ଥାତ୍ ୧୩ ଅକ୍ଟୋବର ୨୦୨୨ରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ବିପଦ ସଙ୍କୁଳ କୋଠାରୁ ନବନିର୍ମିତ କୋଠାକୁ ସ୍ଥାନାନ୍ତରଣ କରିବା ପାଇଁ ଅଭିଭାବକଙ୍କ ପକ୍ଷରୁ ଗତ ୨୦ ସେପ୍ଟେମ୍ବରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାପାଳଙ୍କ ପ୍ରତିଶୃତି ମୁତାବକ ୨୯ ସେପ୍ଟେମ୍ବର ରୁ ପୁରୁଣା କୋଠାର ସମସ୍ତ ଉପକରଣ ନବନିର୍ମିତ କୋଠାକୁ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହେଲା । ପୂଜା ଛୁଟି ପରେ ନବନିର୍ମିତ କୋଠାରେ ପାଠପଢ଼ା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଖୁସି ପ୍ରକଟ କରିବା ସହ ଜିଲ୍ଲାପାଳଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ କିଛି ପୂଜା କରାଯାଉନଥିବାରୁ ସମସ୍ତ ଅଭିଭାବକଙ୍କ ମହଲରେ ଆଲୋଚନା କରାଯାଇ ୧୨ ତାରିଖରେ ପୂଜାର୍ଚ୍ଚନା କରିବା ପାଇଁ ପ୍ରିନସପାଲଙ୍କୁ ଅନୁରୋଧ କରି ତାରିଖ ଓ ସମୟ ନିର୍ଧାରଣ କରି ଏହା ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ କୋଠା ନିର୍ମାଣ ସମୟରେ ୨ଜଣ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ଅକାଳ ବିୟୋଗ ଯୋଗୁଁ ବହୁ ଅଭିଭାବକ ମାନେ ଆଲୋଚନା କରି ଏହି ନିଷ୍ପତ୍ତିରେ ଉପନୀତ ହୋଇଥିଲେ । ଏଥିରେ ପ୍ରିନସିପାଲ ଏସ୍ କେ ମହାରାଜ ସମସ୍ତ ପ୍ରକାର ସହଯୋଗ କରିବା ସହ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିବାରେ ମୁଖ୍ୟ ଭୂମିକା ନେଇ ଥିବାରୁ ଅଭିଭାବକ ମହଲରେ ଖୁସି ବ୍ୟକ୍ତ କରିଥିଲେ । ନବନିର୍ମିତ କୋଠା ପ୍ରବେଶ ପୂର୍ବରୁ ଅଭିଭାବକଙ୍କ ପୂଜାର୍ଚ୍ଚନାକୁ ସମସ୍ତ ମହଲରେ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ପୂଜାର୍ଚ୍ଚନାରେ ସନ୍ତୋଷ କୁମାର ସେଠୀ, ଅରୁଣ କୁମାର ସେଠୀ, ବି ବିନୋଦ ଦୋରା, ନାରାୟଣ ପାଣିଗ୍ରାହୀ, ଶ୍ୟାମସୁନ୍ଦର ପାଢ଼ୀ, ମିହିର କାନ୍ତ ସାହୁ, ପ୍ରମୋଦ ବେହେରା,ବିଶ୍ଵନାଥ ସେଠୀ, ରୋହିଣୀ ସାହୁ, ବିଶ୍ଵନାଥ ସେଠୀ, ଏସ୍ ଜାଗେୟା ଦୋରା, ବସନ୍ତ ପାତ୍ର, ସରୋଜ ପ୍ରଧାନ, ବବିତା ବେହେରା, ନମିତା ସେଠୀ, କୃଷ୍ଣ ସେଠୀ,ସଞ୍ଜୟ ଗୌଡ, ଶ୍ରୀକାନ୍ତ ମାଲିକ ରଞ୍ଜନ କୁମାର ବେହେରା, ଯୋଗେନ୍ଦ୍ର ଗୌଡ, ଅଶୋକ କୁମାର ବିଶ୍ବାଳ, ସୁକାନ୍ତ କୁମାର ଜେନା, ଦୀପାଞ୍ଜଳୀ ଜେନା ଆଦି ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.