କେନ୍ଦୁପତ୍ର ଫଡ଼ିରେ କାର୍ଯ୍ଯ କରୁଛନ୍ତି ନାବାଳକ ମାନେ ।

0 247

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୪/୦୫,ନାବାଳକ ମାନଙ୍କୁ ଶ୍ରମିକ ଭାବେ କାମ ନ ଲଗାଇବାକୁ ଶକ୍ତ ନିୟମ ରହିଛି ମାତ୍ର ଏ ହେଉଛି କଳାହାଣ୍ଡି ଜିଲ୍ଲା କେଗାଁ ଉପଖଣ୍ଡରେ ଥିବା ବିଭିନ୍ନ କେନ୍ଦୁପତ୍ର ଫଡିରେ ସମସ୍ତ ନିୟମକୁ ଉଲ୍ଲଘଂନ କରାଯାଇ ନାବାଳକଙ୍କୁ କାମରେ ଲଗାଯାଉଥିବା  ଅଭିଯୋଗ ହେଇଛି ।କେଗାଁ ରେଞ୍ଜ ଧାମନପୁର କେନ୍ଦୁପତ୍ର ଫଡିରେ ନାବାଳକଙ୍କୁ କାମରେ ଲଗାଯାଉଥିବା ଦେଖି ବାକୁ ମିଳିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ବୋରଗୁମା ଗ୍ରାମର ନାବାଳକ ମାନଙ୍କୁ କେନ୍ଦୁପତ୍ର ଓଲଟାଇବା କାମରେ ଲଗାଯାଇଥିଲା । ଫଡ଼ିଗୁଡିକରେ ବିଶେଷ କରି ଏହି ନାବାଳକ ମାନଙ୍କୁ କେନ୍ଦୁପତ୍ର ଶୁଖାଇବା , ଓଲଟାଇବା  ଏବଂ ପତ୍ର ଶୁଖିଗଲା ପରେ ଫଡିରେ ରଖିବା କାମରେ ଲଗାଯାଇଥାଏ ଆଜି ଏହି ନାବାଳକ ମାନେ ଟାଣ ଖରାରେ କାମ କରୁଥିବା ଦେଖିବାକୁ ମିଳିଥିଲା  । ଦାୟିତ୍ୱରେ ଥିବା ଅଧିକାରୀଙ୍କ ମାନବିକତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଶିଶୁ ଶ୍ରମିକ ମାନଙ୍କୁ ଅଳ୍ପ ପାରିଶ୍ରମିକ ଦେଇ ଅଧିକ କାମ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ଶିଶୁ ଶ୍ରମିକ ଆଇନକୁ କଡାକଡି ଭାବରେ ଲାଗୁ କରୁଥିବା ବେଳେ ରାଜ୍ୟ ସରକାରଙ୍କର ଅଧୀନରେ ଥିବା ଭିବାଗର ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନାପସନ୍ଦ କରାଯାଇଛି ।ଘଟଣାକୁ ନେଇ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ଜୟନାରାୟଣ ଯୋଶୀଙ୍କ ସହିତ ଜୋଗାଯୋଗ କରିବାରୁ ମୁଁ ବାରମ୍ବାର ମନା କରୁଛି ମନମତ ମାଝୀଙ୍କୁ ବୋଲି କହିଥିଲେ ଏଥି ପ୍ରତି ଉପଖଣ୍ଡ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ଧମନପୂର୍ କେନ୍ଦୁପତ୍ର ଫଡ଼ିଟି କେଗାଁ ରେଞ୍ଜ ମଧ୍ୟରେ ଥିବା ବେଳେ ଏହାର ଡିଭିଜନ ଅଫିସ ଭବାନୀପାଟଣା ଉପଖଣ୍ଡରେ ରହିଛି ।
ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.