କେନ୍ଦୁପତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବହୁ ଶିଶୁଶ୍ରମିକ ।

0 218

ମାଲକାନଗିରି,ତା:୦୭/୦୫(ପିପିଟି);କରୋନା ଯୋଗୁଁ ମାସ ମାସ ଧରି ପ୍ରାଥମିକ ବିଦ୍ଯାଳୟଗୁଡିକ ଖୋଲୁ ନଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପିଲାମାନେ ଖେଳକୁଦ ବା ଘରର ଛୋଟ ଛୋଟ କାମ କରି ଦିନ ଅତିବାହିତ କରିଥାନ୍ତି । ପିତାମାତା ଅଶିକ୍ଷିତ ହେତୁ ଏହାର ସୁଯୋଗ ନେଇ କିଛି କେନ୍ଦୁପତ୍ର ବ୍ଯବସାୟୀ ଆଦିବାସୀ ପିଲାମାନଙ୍କୁ କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ ଭାବରେ ନିୟୋଜନ କରୁଥିବା ଦେଖିବାକୁ ମିଳୁଛି ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ପଞ୍ଚୟତ ନିକଟସ୍ଥ ସଂଗେଲ ଗ୍ରାମରେ କେନ୍ଦୁ ପତ୍ର କାର୍ଯ୍ଯରେ ନିୟୋଜିତ କରାଯାଇଛି ଶିଶୁ ଶ୍ରମିକ । ଏହି ଶିଶୁ ମାନଙ୍କର ବୟସ ପ୍ରାୟ ୭ ରୁ ୧୨ ବର୍ଷ ମଧ୍ଯରେ ସୀମିତ ଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସଂଗେଲ ଏକ ଆଦିବାସୀ ଗ୍ରାମ । ଏଠାରେ କେନ୍ଦୁପତ୍ର ଫଡି ରହିଥିବା ବେଳେ । କେନ୍ଦୁପତ୍ର ବିଡାକୁ କ୍ରୟ କରାଯାଇ ଫଡିରେ ଶୁଖାଯାଇଥାଏ । ଏହି କାର୍ଯ୍ଯରେ ନିରୀହ ଆଦିବାସୀ ଛୋଟ ଛୋଟ ପିଲାମାନଙ୍କୁ ସାମାନ୍ୟ କିଛି ଟଙ୍କାର ପ୍ରଲୋଭନ ଦେଖାଇ ନିୟୋଜନ କରାଯାଉଥିବା ପରିଲିଖିତ ହୋଇଛି । କେନ୍ଦୁପତ୍ର ଫଡିର ମୁନସୀକୁ କାହିଁକି ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜନ କରୁଛ ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଲେ କୌଣସି ନଦେଇ ନିରବ ଦ୍ରଷ୍ଟା ସାଜିଥିଲେ । ସଂଗେଲ ଗ୍ରାମରେ କେନ୍ଦୁ ପତ୍ର କିଣୁଥିବା ବ୍ୟକ୍ତି ଜଣକ ହେଲେ କାଲିମେଳା ବ୍ଲକ ବୁଦୁଗୁଡା ଗ୍ରାମର ସର୍ଦାର ବାବୁ ବୋଲି କୁହାଯାଇଛି । ତେବେ ସର୍ଦାର ବାବୁଙ୍କୁ ଏହି ବିଷୟରେ ପଚାରିବାରୁ ସେ ମଧ୍ୟ ଏହାର କୌଣସି ଉତ୍ତର ଦେଇ ନଥିଲେ । କେନ୍ଦୁ ପତ୍ର କାମ କରିବା ପାଇଁ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜନ କରିବା ଆଇନକୁ ଉଲଘନ କରିବା । ଏହି ଗ୍ରାମରେ ପ୍ରାୟ ୨୦ରୁ ଅଧିକ ଶିଶୁ ମାନଙ୍କୁ କେନ୍ଦୁ ପତ୍ର କାମରେ ନିୟୋଜିତ କରିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.