କେନାଲରେ ସେଲ୍ଫି ଉଠଉଥିବା ବେଳେ ବୁଡ଼ି ଗଲେ ଯୁବକ ।

0 67

ଭଞ୍ଜନଗର,୨୯/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟରେ ଥିବା ଡ଼ହ କେନାଲରେ ଆଜି ଦିନ ୧୧ଟା ସମୟରେ ସେଲ୍ଫି ଫୋଟ ଉଠଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ବ୍ରହ୍ମପୁର ତୁଳସୀ ନଗର ରେ ରହୁଥିବା ସୌରଭ ବେହେରା ଓ ଛତ୍ରପୁର ର କୋକେଶ ମହାଙ୍କୁଡ଼ ଦୁହେଁ ମିଶି ଭଞ୍ଜନଗର ରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଦାଦା ଘରକୁ ବୁଲିବାକୁ ଆସିଥିଲେ।ଆଜି ସକାଳେ ସୌରଭ ଓ କୋକେଶ ଅନ୍ୟ ଦୁଇଜଣ କିଷାନ ଗୌଡ଼ ଏବଂ ଶିବରାମ ପାତ୍ର ସହ ମିଶି ୨ଟି ବାଇକରେ ୪ଜଣଯାକ ଡ଼ହ କେନାଲ କୁ ବୁଲିବାକୁ ଯାଇଥିଲେ । ସେଠାରେ ସମସ୍ତେ ଗାଧେଇବା ସହ ସେଲ୍ଫି ଫୋଟ ଉଠଉଥିବା ବେଳେ ହାଠାତ୍ ସୌରଭର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସୌରଭକୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ସୌରଭ ର ମୃତ୍ୟୁ ଘଟି ସାରିଥିଲା । ଭଞ୍ଜନଗର ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.