ଏରସମା,୨୫/୦୯(ପିପିଟି); ନୂତନ କୃଷି ଆଇନ -୨୦୨୦ ବାତିଲ ଓ ନୂତନ ବିଦ୍ୟୁତ ବିଲ୍ -୨୦୨୦ ବିଲ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କୃଷକ ସମନ୍ୱୟ ସମିତି ଡ଼ାକରାରେ ସର୍ବଭାରତୀୟ ବନ୍ଦ -ପ୍ରତିବାଦ -ପ୍ରତିରୋଧ ଦିବସ ଅବସରରେ ଏରସମା ସ୍ଥିତ ନାଉବେଲାରି ଛକଠାରେ ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ କମିଟି ପକ୍ଷରୁ ବ୍ଲକ ସଭାପତି ଦାମୋଦର ବେହେରା ଓ ସମ୍ପାଦକ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ବିକ୍ଷୋଭ ପରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭ ରେ ସିପିଆଇର ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ଜୋନ ସମ୍ପାଦକ ବଇଁଶୀଧର ବେହେରା, ଅଖିଳ ଭାରତ ଯୁବ ସଙ୍ଘର ଜିଲ୍ଲା ଯୁଗ୍ମ ଆବାହକ ଦେବାଶିଷ ସ୍ୱାଇଁ, ଧର୍ମାନନ୍ଦ ବେହେରା, ମହେଶ୍ୱର ମହାପାତ୍ର, ତପନ ସ୍ୱାଇଁ, ଶଶିକାନ୍ତ ମାଝୀ, ରମାକାନ୍ତ ବେହେରା, ଉତ୍ତମ ହାତୀ, ଦୁଲ୍ଲଭ ବେହରା, ନରୋତ୍ତମ ହାତୀ, ଦେବଦୁତ୍ତ ଦାସ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।