କୃଷି ଆଇନକୁ ବିରୋଧ କରି ରେଳରୋକ ଆନ୍ଦୋଳନ।

0 164

ଜଗତସିଂହପୁର,୧୮/୦୨(ପିପିଟି) ;କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧ ରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ କମିଟି ତଥା କୃଷକ ସଂଯୁକ୍ତ ମୋର୍ଚ୍ଚା ଆହ୍ଵାନରେ ଦିଆଯାଇଥିବା ରେଳରୋକ ଆନ୍ଦୋଳନ ଡାକରାରେ ଜଗତସିଂହପୁର ଜିଲ୍ଲାରେ ରେଳରୋକ ଆନ୍ଦୋଳନର ପ୍ରଭାବ ରେଳଚଳାଚଳ ରେ ବ୍ୟାଘାତ ସୃଷ୍ଟି କରିଛି । ଅଖିଳ ଭାରତ କୃଷକ ସଭା ଜଗତସିଂହପୁର ଜିଲ୍ଲା ଜୋନ୍ ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ, ଅଖିଳ ଭାରତ ଯୁବ ସଂଘ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହକ ରୋଜାଲିନ ଦାଶ, ପ୍ରଦୀପ୍ତ ରାମ ପ୍ରମୁଖ ଙ୍କ ନେତୃତ୍ବରେ ନିକଟବର୍ତ୍ତୀ ଗୋରେଖନାଥ ଷ୍ଟେସନ ଠାରେ ରେଳରୋକ କରାଯାଇଥିଲା । ସେହିପରି ବିଜୟ ଭୋଇ, ତ୍ରୈଲୋକ୍ୟ ଜେନା, ନାରାୟଣ ଭୋଳ ପ୍ରମୁଖ ଙ୍କ ନେତୃତ୍ବରେ ବିରିଡ଼ି ବ୍ଲକ ଓ କଟକ ସଦର ବ୍ଲକର ନବ ନିର୍ମାଣ କୃଷକ ସଂଗଠନ ଓ ଏଆଇକେକେଏମ୍ଏସ୍ର ସଦସ୍ୟମାନେ ସୋମପୁର ଠାରେ ରେଳଧାରଣା ଅବରୋଧ କରିଥିବା ଵେଳେ ଏଆଇକେଏସ୍ ,ଏରସମା କୃଷକ ନେତା ଶଶୀଭୂଷଣ ସ୍ବାଇଁ, ଏଆଇଓ୍ଵାଇଏଫ୍ ଯୁବନେତା ଅଭିଜିତ ସାହୁ , ଶ୍ରୀନିବାସ ଜୁଝାରସିଂ ପ୍ରମୁଖଙ୍କ ନେତୃତ୍ବରେ ଆନ୍ଦୋଳନକାରୀ ମାନେ କୁଜଙ୍ଗ ବ୍ଲକର ପାଟପୁର ରେଳଫାଟକ ନିକଟରେ ରେଳଧାରଣାକୁ ଅବରୋଧ କରିଥିଲେ । ( ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି । )

Leave A Reply

Your email address will not be published.