ହିଞ୍ଜିଳିକାଟୁ,ତା-୦୮/୧୦(ପିପିଟି) ; କେନ୍ଦ୍ର ବିଜେପି ସରକାରଙ୍କ ଦ୍ବାରା ସଂସଦରେ ଅନୁମୋଦିତ କୃଷିବିଲ୍ କୁ ତୁରନ୍ତ ପ୍ରତ୍ୟାହାର ପାଇଁ ହିଞ୍ଜିଳି କିଷାନ କଂଗ୍ରେସ ତରଫରୁ ବିକ୍ଷୋଭ ରାଲି ପ୍ରଦର୍ଶନ କରାଯାଇଥିଲା। ଏହି ରାଲିରେ ଶତାଧିକ ପୁରୁଷ ଓ ମହିଳା କୃଷକ ଯୋଗ ଦେଇଥିଲେ। ସ୍ଥାନୀୟ କାଳୀ ମନ୍ଦିର ଠାରୁ ଏହି ବିକ୍ଷୋଭ ରାଲି ଆରମ୍ଭ ହୋଇ ସମସ୍ତ କର୍ମୀ ପରିବା ବଜାର ଛକ ସ୍ଥିତ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପହଁଚି ଥିଲେ। ସେଠାରେ ସ୍ବର୍ଗତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ରାଲି ସହ ହିଞ୍ଜିଳି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସାମୁହିକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କୃଷି ମାରଣ ନୀତି ଏବଂ କୃଷକଙ୍କ ଉପରେ ହେଉଥିବା ଅନ୍ୟାୟକୁ ନେଇ ବରିଷ୍ଠ କଂଗ୍ରେସ କର୍ମୀ ମାନେ ବକ୍ତ୍ୟବ ରଖିଥିଲେ। ପରେ ପରେ ସମସ୍ତ କର୍ମୀ ତହସିଲ କାର୍ଯ୍ୟାଳୟ ଅଭିମୁଖେ ଯାଇ ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟ କିଷାନ କ୍ଷେତ ମଯଦୁର୍ କଂଗ୍ରେସ ରାଜ୍ୟ ସମ୍ପାଦକ ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କିଷାନ କ୍ଷେତ ମଯଦୁର୍ କଂଗ୍ରେସ ଗଞ୍ଜାମ ପରିଚାଳକ ମୁଖ୍ୟ ରାମ ନାରାୟଣ ବିଶ୍ୱାସରାଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମନୋଜ ସ୍ୱାଇଁ ,କବିରାଜ ପ୍ରଧାନ, ପଙ୍କଜ ଗୌଡ଼, ବାବୁଲା ପୃଷ୍ଟି, ରାମକୃଷ୍ଣ ପଣ୍ଡା, ପର୍ଶୁରାମ ସାହୁ, ଗୁଜୁରୀ ଦାମ , ପି ଡମ୍ବୁରୁ, ସୁଦର୍ଶନ ଦଲାଇ, ରାଜେନ୍ଦ୍ର ପ୍ରଧାନ,କୁମୁଦ ନାହାକ, ଗୋବିନ୍ଦ ନାହାକ ଓ ନିଳାଞ୍ଚଳ ପାଣିଗ୍ରାହୀ ପ୍ରମୁଖ ଉକ୍ତ ବିକ୍ଷୋଭ ରାଲିରେ ଯୋଗ ଦେବା ସହ ସଭା ପରିଚାଳନାରେ ସହଯୋଗ କରିଥିଲେ। (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)