କୃଷକ ସର୍ବନାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର କୃଷି ଆଇନକୁ ରଦ୍ଦ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ବୁଗୁଡ଼ାରେ ଭାରତ ବନ୍ଦ ।

0 276

ବୁଗୁଡ଼ା,ତା ୦୮/୧୨(ପିପିଟି);କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ୨୦୨୦ କୃଷି ଆଇନକୁ ରଦ୍ଦ କରିବା ଏବଂ ନୂତନ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ ପ୍ରତ୍ୟାହାର କରିବା ଦାବିରେ କ୍ରାନ୍ତିକାରୀ କୃଷକ ସଭା ବୁଗୁଡ଼ା ବ୍ଳକ କମିଟି ଏବଂ ଆଦିବାସୀ ଭାରତ ମହାସଭା ପକ୍ଷରୁ ନୟାଗଡ଼ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା କରସିଂ ଛକରେ ରାସ୍ତା ଅବରୋଧ କରି ସଂଯୁକ୍ତ କୃଷକ ମଞ୍ଚ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରାରେ ହୋଇଥିବା ଭାରତ ବନ୍ଦକୁ ସଫଳ କରିଥିଲେ। ମୋଦି ସରକାରଙ୍କ କର୍ପୋରେଟ ସପକ୍ଷ କୃଷି ନୀତକୁ ରଦ୍ଦ କରିବା ପାଇଁଁ ଦିଲ୍ଲୀରେ ୧୨ ଦିନ ଧରି ଶୀତ କାକରରେ ରହି ସଂଘର୍ଷ କରୁଥୀବା ଅନ୍ନଦାତାଙ୍କ ଦାବିକୁ ମୋଦି ସରକାର କର୍ଣ୍ଣପାତ କରୁନଥିବାରୁ ବନ୍ଦରେ ସାମିଲ ହୋଇଥିବା ଚାଷୀ ଓ ଆଦିବାସୀ ନେତା ମାନେ ଦୃଢ ନିନ୍ଦା କରିଥିଲେ । ସେମାନଙ୍କ ସହିତ ଆମେ ଶେଷ ଲଢେଇ ପର୍ଯ୍ୟନ୍ତ ଠିଆ ହୋଇ ସମର୍ଥନ କରିବୁ ଏବଂ ଦେଶବାସୀଙ୍କ ଐତିହାସିକ କୃଷକ ଆନ୍ଦୋଳନ ସହ ଠିଆ ହୋଇ ମୋଦି ସରକାରଙ୍କ କୃଷକ ଓ ଆଦିବାସୀ ମାରଣନୀତିକୁ ଦୃଢ ବିରୋଧ କରିବୁ । କ୍ରାନ୍ତିକାରୀ କୃଷକ ସଭାର ବୁଗୁଡ଼ା ବ୍ଳକ ସମ୍ପାଦକ ବଳଭଦ୍ର ମଲ୍ଲିକ, ଆଦିବାସୀ ଭାରତ ମହାସଭାର ନେତା ପ୍ରସନ୍ନ ଦଳ ବେହେରା, ସୁରେନ୍ଦ୍ର ମଲ୍ଲିକ, ଶ୍ୟାମ ଜାନି, ଭାନୁ ପ୍ରଧାନ, ତମ୍ବାଳ ପ୍ରଧାନ ଆଦି ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.