ଜଗତସିଂହପୁର (ପିପିଟି ନ୍ଯୁଜ୍)ତା୧୭/୦୫, କରୋନା ମହାମାରୀ, ବାତ୍ୟା, ବନ୍ୟା, ମରୁଡି ଭଳି ଅଗଣିତ ପ୍ରାକୃତିକ ବିପର୍ଯୟକୁ ସାମ୍ନା କରି ସମସ୍ତ ଅନୁକୂଳ ଓ ପ୍ରତିକୂଳ ସମୟ ଓ ପରିସ୍ଥିତିରେ ନିଜ ଲହୁକୁ ଝାଳ ରେ ପରିଣତ କରି ଆମକୁ ଦାନା ଯୋଗାଉଥିବା ଆମମାନଙ୍କର ପ୍ରକୃତ ଯୋଦ୍ଧା କୃଷକ ମାନଙ୍କୁ ଶନିବାର ଦିନ ଅଖିଳ ଭାରତ କୃଷକ ସଭା ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ଉତ୍ସାହିତ କରା ଯାଇଥିଲା । ଜୋନାଲ କମିଟି ସଭାପତି ନାରାୟଣ ଦାସ ,ସମ୍ପାଦକ ନଟବର ନାୟକ, ଏଆଇୱାଇଏଫ୍ ର ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଲଷ୍ମୀ ଧର ସ୍ୱାଇଁ, ପ୍ରତାପ ଭୋଇ ପ୍ରମୁଖ ଉପସ୍ଥିତ ରହି କୃଷକମାନଙ୍କ ଦୀର୍ଘାୟୁ କାମନା କରିଥିଲେ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।