କୃଷକ ସଂଘର୍ଷ ସମର୍ଥନରେ ୩ ଡିସେମ୍ବର ଦେଶବ୍ୟାପୀ ସଂହତି ଦିବସ ।

0 358

ବ୍ରହ୍ମପୁର, ତା୦୧/୧୨(ପିପିଟି); କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ କୃଷି ନୀୟମ ଏବଂ ବିଦ୍ୟୁତ୍ (ସଂଶୋଧନ) ବିଲ୍ ୨୦୨୦କୁ ରଦ୍ଦ କରିବା ପାଇଁ ଯେଉଁ ବୀରତ୍ବପୂର୍ଣ ସଂଘର୍ଷ ଦୀର୍ଘ ୫ ଦିନ ଧରି ଜାରି ରଖିଛନ୍ତି, ଏଥିରେ ଫାସିବାଦୀ ମୋଦି ସରକାରଙ୍କୁ ଶକ୍ତ ଧକ୍କା ପହଞ୍ଚିବା ସହ ଭାରତୀୟ କୃଷକ ଆନ୍ଦୋଳନରେ ନୂତନ ଇତିହାସ ରଚିଛନ୍ତି । ଏହି ଆନ୍ଦୋଳନରେ କୃଷକ ମାନଙ୍କ ନିଶ୍ଚୟ ବିଜୟ ହେବ। ଏହି କୃଷକ ସଂଘର୍ଷ ଦେଶବ୍ୟାପୀ ଗଢିତୋଳିବା ସହ ବ୍ୟାପକ ସଭା ସମିତି, ଶୋଭାଯାତ୍ରା, ବିକ୍ଷୋଭ ଆୟୋଜନ କରି ଗାଁ ଗାଁରେ ସମର୍ଥନ ଜ୍ଞାପନ ପାଇଁ ୩ ଡିସେମ୍ବର ୨୦୨୦କୁ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଛି । କୃଷକଙ୍କ ଐକ୍ୟବଦ୍ଧ ଓ ବୀରତ୍ବପୂର୍ଣ ଶକ୍ତି କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ମୋଦି ସରକାର ମନ କି ବାତ ରେ କହିଛନ୍ତି ଯେ ବିରୋଧୀଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଘଟୁଛି, ଏହା କୃଷକ ସମାଜ ପ୍ରତି ଅପମାନ ଅଟେ। କାରଣ ପଞ୍ଜାବର କୃଷକମାନେ ସବୁଠାରୁ ବିକଶିତ କୃଷକ, ସେମାନେ ସରକାରଙ୍କ କୃଷି ନୀତିକୁ ସଠିକ ଭାବେ ତର୍ଜମା କରି ଏହାକୁ ବିରୋଧ କରୁଛନ୍ତି। କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର କୃଷକଙ୍କୁ ରୋକିବା ପାଇଁ ସମ୍ବିଧାନ ଏବଂ ଗଣତନ୍ତ୍ରର ହତ୍ୟା କରିଛନ୍ତି । ରାସ୍ତା ଖୋଳିଲେ ଯେପରି କୃଷକମାନେ ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ। ସମସ୍ତ ଦମନ ନୀତି ପାଣିମାଡ, ଲାଠିଚାର୍ଜ, ଗ୍ୟାସ ବୁହା ମାଡ଼ କରିଥିଲେ କିନ୍ତୁ ଅନ୍ନଦାତାଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ ଭୁଲ କୃଷି ନୀତିକୁ ବିରୋଧ କରି ଦିଲ୍ଲୀରେ ପହଞ୍ଚି ପାରିଛନ୍ତି । ପ୍ରତ୍ୟେକ ଗାଁରେ ମୋଦୀଙ୍କ ବିରୁଦ୍ଧରେ କ୍ରୋଧ ପ୍ରକାଶ ପାଉଛି । ଏହି ଆନ୍ଦୋଳନକୁ ପ୍ରତ୍ୟେକ ଗାଁର ଚାଷୀକୁ ସ୍ୱାଧୀନତା ପ୍ରଦାନ କରିବ । ଚାଷୀଙ୍କ ସମର୍ଥନରେ ସମସ୍ତେ ଐକ୍ୟବଦ୍ଧ ହୋଇ ଠିଆ ହୋଇ ସମର୍ଥନ ପ୍ରଦାନ କରିବା ହିଁ ଅନ୍ନଦାତାଙ୍କ ପ୍ରତି ପ୍ରକୃତ ସମ୍ମାନ ଏବଂ ଶ୍ରମଜୀବୀଙ୍କ ପ୍ରତି ପ୍ରଥମ ବିଜୟ ଉପହାର ହେବ । କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ ସପକ୍ଷବାଦୀ ନୀତି ଏବଂ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସୁଥିବା କୃଷକଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସାରା ଦେଶର ଜନଗଣଙ୍କ ଅସନ୍ତୋଷ ପ୍ରକଟ ଏବଂ କୃଷକ ସଂଘର୍ଷକୁ ସମର୍ଥନ ଦେବାକୁ ହେବ । ଐତିହାସିକ କୃଷକ ସଂଗ୍ରାମକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ଏବଂ ମୋଦୀ ସରକାରଙ୍କ କୃଷକ ବିରୋଧୀ ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଦୃଢ ବିରୋଧ କରିବା ପାଇଁ ଆସନ୍ତା ୦୩ ଡିସେମ୍ବର ୨୦୨୦ “ସ଼ଂହତି ଦିବସ” ଭାବରେ ପାଳନ କରିବାକୁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଆହ୍ଵାନ ଦେଉଅଛୁ ।
ପ୍ରତ୍ୟେକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ମୋଦୀ ସରକାର ଉପରେ ଚାପ ପ୍ରୟୋଗ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.