କୂଅ ରେ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ।

0 294

କୋଦଳା ୦୯/୦୬(ପିପିଟି); ବେଗୁନିଆପଡା ସୁମଣ୍ଡଳ ଗ୍ରାମର ଜଣେ ଯୁବକ କୂଅ ରେ ପଡି ମୃତ୍ୟୁ ବରଣ କରିଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାଇ ପ୍ରତିଦିନ ଭଳି ବୁଧବାର ସକାଳ 6ଘଣ୍ଟ ସମୟ ରେ ନୀଳାଞ୍ଚଳ ପ୍ରଧାନ (୩୫)କେନାଲ କୂଅ ମଧ୍ୟକୁ ଗାଧୋଇବାକୁ ଯାଇଥିଲେ!ଗାଧୋଉଥିବା ସମୟରେ ହଠାତ ଗୋଡ଼ ଖସିଯିବାରୁ ସେ କେନାଲ କୂଅ ମଧ୍ୟକୁ ଖସିପଡ଼ିଥିଲେ । ସେହିଠାରେ ହିଁ ନୀଳାଞ୍ଚଳର ମୃତ୍ୟୁ ହୋଇଥିବା ନେଇ ଏକ ଲିଖିତ ଏତଲା ବେଗୁନିଆପଡା ଫାଣ୍ଡି ରେ ପରିବାର ଲୋକେ ଦେଇଥିଲେ ।ଏତଲା ପାଇବାକ୍ଷଣି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ ୬/୨୧ ରେ ଏକ ଅପମୃତ୍ୟୁ ମାମଲା ଦାୟର କରିଥିବା ଜଣାପଡ଼ିଛି ।ଉକ୍ତ ପରିବାର କୁ ସରକାରୀ ସହଯୋଗ ଯୋଗାଈଦେବାକୁ ପରିବାର ସମେତ ଗ୍ରାମବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.