କୁଷ୍ଠାଶ୍ରମରେ ରାସନ ସାମଗ୍ରୀ ବଣ୍ଟନ କଲେ ମନ୍ତ୍ରୀ ।

0 243

ଭଞ୍ଜନଗର,୩୧/୦୭(ପିପିଟି); ଭଞ୍ଜନଗର ଠାରୁ ଡହ ରାସ୍ତାରେ ଥିବା ସ୍ୱାମୀ ଚିଦାନନ୍ଦ କୁଷ୍ଠାଶ୍ରମରେ ଶନିବାର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପହଞ୍ଚି ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ସେଥି ମଧ୍ୟରେ ସେମାନଙ୍କ ଘରର ମରାମତି କାର୍ଯ୍ୟ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଯଥାଶୀଘ୍ର ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିସହ ସେଠାରେ ଥିବା ୨୦ଟି ପରିବାରର ୨୫ଜଣ ସଦସ୍ୟଙ୍କୁ ରାସନ ସାମଗ୍ରୀ,ଶାଢ଼ୀ, ଲୁଙ୍ଗି ଓ ଚଦର ବଣ୍ଟନ କରିଥିଲେ।ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଶୂଳପାଣି ଶତପଥି, ପଞ୍ଚାନନ ପାଳ, ପ୍ରମୋଦ କୁମାର ପ୍ରଧାନ, ବାବୁଲା ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.