ଭଞ୍ଜନଗର,୨୮/୦୩(ପିପିଟି); ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ଓ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ କୁଲାଡ ର ମିଳିତ ଆନୁକୁଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଭୁବନାନନ୍ଦ ତ୍ରିପାଠୀ ,ମୁଖ୍ୟ ବକ୍ତା ରୂପେ ପ୍ରଫେସର ଡକ୍ଟର ବାଉରୀବନ୍ଧୁ ସାହୁ, ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ କୁଲାଡର ସଭାପତି ଡକ୍ଟର ଶାନ୍ତନୁ କୁମାର ରଥ ପ୍ରମୁଖ ମଞ୍ଚାସୀନ ରହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଓ ସାରସ୍ବତ ସାଧନା ସଂପର୍କରେ ଆଲୋକପାତ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଲକ୍ଷ୍ମଣ କୁମାର ପଣ୍ଡା । ଏହି ଅବସରରେ ବିଶିଷ୍ଟ ସାରସ୍ବତ ସାଧକ ତଥା ଭଞ୍ଜ ଗବେଷକ କମ୍ବୁପାଣି ସାମନ୍ତ ଓ ସାହିତ୍ୟିକ ମୋତିଲାଲ ପତିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଘୁମୁସର ସଂବାଦର ସଂପାଦକ ନେତାଜୀ ବିଷୋୟୀ ଏବଂ ଶେଷରେ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଲୋକ ନାଟ୍ୟ କଳାକାର ଜଗଦିଶ ପାଣିଗ୍ରାହି, ବରିଷ୍ଠ ସାହିତ୍ୟିକ ସୋମନାଥ ନାୟକ, ତ୍ରିନାଥ ଗୌଡ,ବରିଷ୍ଠ କବି ରବୀନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଆନନ୍ଦ ସଂଗୀତାୟନ ଦ୍ୱାରା ଭଞ୍ଜ ସଂଗୀତ ପରିବେଷଣ କରାଯିବା ସହ ବହୁ କବି,ଲେଖକ ତଥା କୁଲାଡ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )