କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ, ତିନି ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର ।

0 288

କୋଦଳା,୧୮/୦୧(ପିପିଟି); ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ବା ନାମାଙ୍କନପତ୍ର ଦାଖଲ ହୋଇଛି । ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ ତାରିଣୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସରପଞ୍ଚ ପଦବୀ ଲାଗି ୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ସତୀଶ ରଞ୍ଜନ ତାରେଣୀ ଲଳିତ କୁମାର ସ୍ୱାଇଁ, ପ୍ରବୀଣ ସ୍ୱାଇଁ । ସତୀଶ ରଞ୍ଜନ ବିଜେଡି ସମର୍ଥିତ ପ୍ରାର୍ଥୀ ହେଇଥିବା ବେଳେ ଲଳିତ ଏବଂ ପ୍ରବିଣ ବିଜେପି ସମର୍ଥିତ ପ୍ରାର୍ଥୀ ବୋଲି ସୂଚନା ମିଳିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଜାନୁଆରୀ ୨୨ ତାରିଖ ଥିବା ବେଳେ ଫେବୃଆରୀ ୧୧ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.